୪୦ କିମି ଦୂରରେ ଫନି, ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ଆଖିର ବ୍ୟାସ ୨୮ କିମି

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ଲାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଖବର ହସ୍ତଗତ ହୋଇଛି । ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବ ପ୍ରବଳ ବର୍ଷା ଓ ପବନ ଜାରି ରହିଛି । ତେବେ ବାତ୍ୟାର ଆଖି ଏବେ ବି ପୁରୀଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି ।

ଗୋପାଳପୁରରେ ଥିବା ଡପଲର ରାଡାରରେ ଏହି ବାତ୍ୟା ଉପରେ ନଜର ରଖାଯାଇଛି । ପୁରୀରେ ଏବେ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ପ୍ରବଳ ବର୍ଷା ଲାଗିି ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ କହିଛନ୍ତି । ପୁରୀ ଓ ଆଖପାଖ ଅଞ୍ଚଳରେ ଅନେକ ଗଛ ଉପୁଡି ପଡ଼ିଥିବା ଜଣାଯାଇଛି । ସମୁଦ୍ରରେ ଅଶାନ୍ତ ରହିଛି । ସେହିପରି ଗୋପାଳପୁରଠାରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ବେଗରେ ପବନ ବୋହୁଛି ।

ସମ୍ବନ୍ଧିତ ଖବର