ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ଚଢ଼େୟାପଲ୍ଲୀ ପଞ୍ଚାୟତ ୟୁନିଅନ୍ ବ୍ୟାଙ୍କ ଶାଖାରେ ସେବା ମିଳିବାରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅତିଷ୍ଠ ଲୋକେ ଆଜି ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର୍ଙ୍କୁ ବ୍ୟାଙ୍କ ଶାଖା ସମ୍ମୁଖରେ ନିର୍ଧୂମ ଛେଚିଛନ୍ତି। ଖବରରୁ ପ୍ରକାଶ, ଚଢ଼େୟାପଲ୍ଲୀ ପଞ୍ଚାୟତରେ ଥିବା ଏକମାତ୍ର ୟୁନିଅନ୍ ବ୍ୟାଙ୍କ ଶାଖାରେ ଆଜି ସକାଳ ୯ଟାରୁ ଉପଭୋକ୍ତାମାନେ ଅପେକ୍ଷା କରି ରହିଥିଲେ। କିନ୍ତୁ ବ୍ୟାଙ୍କ ମ୍ୟାନେଜର ସମୀର ରଂଜନ ମଲ୍ଲିକ ଅପରାହ୍ଣ ୩ଟା ୩୦ରେ ଆସିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଲୋକେ ବିଳମ୍ବ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ ଓଲଟା ଦୁର୍ବ୍ୟବହାର କରିଥିବା କିଛି ଗ୍ରାହକ ଅଭିଯୋଗ ଆଣିଛନ୍ତି। ମ୍ୟାନେଜରଙ୍କ ଏଭଳି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଲୋକେ ତାଙ୍କୁ ଘେରି ଯାଇ ବ୍ୟାଙ୍କ ଆଗରେ ଗୋଡ଼େଇ ଗୋଡ଼େଇ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମ୍ୟାନେଜର ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ‘ଫନି’ ପରଠାରୁ ବ୍ୟାଙ୍କରେ ଲିଙ୍କ୍ ଫେଲ୍ ହେଉଥିବା କହିଛନ୍ତି। ଦଶପଲ୍ଲାରୁ ବିନା ସୁରକ୍ଷାରେ ଆଜି ବ୍ୟାଙ୍କର ୨୦ ଲକ୍ଷ ଟଙ୍କା ନେଇ ଶାଖାରେ ପହଞ୍ଚିବାବେଳେ ଲୋକେ ବିନା କାରଣରେ ଆକ୍ରମଣ କରିଥିବା ସେ କହିଛନ୍ତି। ତେବେ ଏହି ଘଟଣା ଥାନାରେ ଅଭିଯୋଗ ହୋଇ ନ ଥିବାବେଳେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ମ୍ୟାନେଜର ଶ୍ରୀ ମଲ୍ଲିକ କହିଛନ୍ତି।
ସେବା ମିଳିବାରେ ବିଳମ୍ବ, ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ
/sambad/media/post_attachments/wp-content/uploads/2019/10/bank-e1533378770677.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)