ଆନ୍ଦୋଳନରୁ ଓହରିଲେ ଆଇନଜୀବୀ, ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବେ

କଟକ: ଦୀର୍ଘ ୭୮ ଦିନ ଆନ୍ଦୋଳନ ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗ ଦେବେ । ପାଖାପାଖି ଅଢେଇମାସ ପରେ ପୁଲିସ ଓ ଆଇନଜୀବୀ ବିବାଦର ସମାଧାନ ହୋଇଛି । ଆଜି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

ଗତ ଅଗଷ୍ଟ ୨୮ ତାରିଖ ନୂଆବଜାର ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୁଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଦୁଃଖ ପ୍ରକାଶ କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର