ଆଇନଜୀବୀଙ୍କ ବିକ୍ଷୋଭ, କୁଶପୁତ୍ତଳିକା ଦାହ

ଆଇନଜୀବୀ କାର୍ଯ୍ୟରେ ଯୋଗ ଦିଅନ୍ତୁ: ବିଜେଡି ଲିଗ‌ାଲ ସେଲ୍, ସର୍ତ୍ତ ପୂରଣ କଲୁ, ଆଇନଜୀବୀ ମାନିଲେନି: ପୁଲିସ

କଟକ : ଅଗଷ୍ଟ ୨୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଆଇନଜୀବୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ହାଇକୋର୍ଟ ନିକଟରେ ଆଜି ଆଇନଜୀବୀମାନେ ଏକତ୍ରିତ ହୋଇ ଶୋଭା‌ଯାତ୍ରାରେ କଚେରି ଅଞ୍ଚଳ ପରିକ୍ରମା କରିଥିଲେ। ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଅନ୍ୟପକ୍ଷରେ ଆସନ୍ତାକାଲି ହାଇକୋର୍ଟ ବାର୍ ଆସୋସିଏସନଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବିଭିନ୍ନ ବାରର ପ୍ରତିନିଧିଙ୍କ ମତାମତ ଆଧାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ମିଳିଛି।

ଦୁଇ ମାସରୁ ଅଧିକ ଦିନ ହେଲା ଆଇନଜୀବୀଙ୍କ ଆନ୍ଦୋଳନ ଚାଲି ଥିବାରୁ ସାଧାରଣ ଲୋକ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତେଣୁ ସାଧାରଣ ଲୋକଙ୍କୁ ସମସ୍ୟାକୁ ବୁଝି ଆଇନଜୀବୀମାନେ ବର୍ତ୍ତିମାନ ପରିସ୍ଥିତିରେ ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ ତଥା ଆହ୍ବାନ ଦେଇଛନ୍ତି ବିଜେଡି ଲିଗାଲ ସେଲ୍ କର୍ମକର୍ତ୍ତା। ବିଜେଡି ଲିଗାଲ ସେଲ୍୍ ଉପଦେଷ୍ଟା ଆଇନଜୀବୀ ଅସୀମ ଅମିତାଭ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଆହ୍ବାନ ଦେବା ସହିତ ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନ ଓଡ଼ିଶାର ବିଭିନ୍ନ ‌ବାର ସଦସ୍ୟଙ୍କୁ ନେଇ ଯେଉଁ ‌େବୖଠକ ଡକାଇଛି ସେଥିରେ ଓଡ଼ିଶା ବାସୀ ଓ ସାଧାରଣ ଆଇନଜୀବୀଙ୍କ ସମସ୍ୟାକୁ ଅଣଦେଖା କରାନଯାଉ ବୋଲି ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଆଜି ଭୁବନେଶ୍ବର, ରାଉରକେଲା, ବାଲେଶ୍ବର ପରି ଅନେକ କୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇ ନଥିବାର ସାମ୍ମୁଖ୍ୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଇନଜୀବୀ ଆନ୍ଦୋଳନରେ କମିସନରେଟ୍‌ ପୁଲିସ ସମାଧାନ କରିବାକୁ ଉଦ୍ୟମ କରିଛି। ଆଇନଜୀବୀଙ୍କ ସମସ୍ତ ସର୍ତ୍ତ ପୂରଣ କରାଯାଇଛି। କିନ୍ତୁ ଆନ୍ଦୋଳନରୁ ଓହରିବାକୁ ପୁଲିସ ରଖିଥିବା ସର୍ତ୍ତ ଆଇନଜୀବୀମାନେ ମାନି ନଥିବା ଡିସିପି ଅଖିଳେଶ୍ବର ସି˚ହ ଆଜି ଏକ ପ୍ରେସ୍‌ ବିବୃ୍ତିରେ ସୂଚନା ଦେଇଛନ୍ତି। ଗତମାସ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା ଆଇନଜୀବୀ ସ˚ଘ। ସ୍ଥିତି ଉଗ୍ର ରୂପ ନେବାରୁ ଆଇନଜୀବୀ ସ˚ଘ କର୍ମକର୍ତ୍ତାଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ନରାଜ ଆଇବିକୁ ଡାକି ଡିସିପି ଶ୍ରୀ ସି˚ହ ଆଲୋଚନା କରିଥିଲେ। ଶ୍ରୀ ସି˚ହ କହିଛନ୍ତି, ଏହି ବୈଠକରେ ଆଇନଜୀବୀ ଶ୍ରୀକାନ୍ତ ନାୟକ, ସତ୍ୟବ୍ରତ ମହାନ୍ତି, ଅକ୍ଷୟ ପତି, ଉମାକାନ୍ତ ନନ୍ଦ, ସୁରେଶ ଜେନା, ବ˚ଶୀଧର ଶତପଥୀ, ରଞ୍ଜନ ନାୟକ, ପ୍ରଦୀପ ମହାନ୍ତି, ପ୍ରଦୀପ ପରିଡ଼ା ଏବ˚ ନରେଶ ଜେନା ଉପସ୍ଥିତ ଥିଲେ। ବୈଠକରେ ଡିସିପି ଶ୍ରୀ ସି˚ହଙ୍କ ସମେତ ଜୋନ୍‌ ୩ ଏସିପି ପ୍ରମୋଦ ରଥ ଏବ˚ ଜୋନ୍‌ ୬ ଏସିପି ଅନିଲ ମିଶ୍ର ଉପସ୍ଥିତ ଥିଲେ। ଆଇନଜୀବୀମାନେ ପୁଲିସ ସହିତ ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିବାକୁ ନିିର୍ଦ୍ଦିଷ୍ଟ ସର୍ତ୍ତ ଉପସ୍ଥାପନ କରିଥିଲେ। ଏହି ସର୍ତ୍ତଗୁଡ଼ିକୁ ପୁଲିସ ପୂରଣ କରିଥିଲା। ପରଦିନ ଅର୍ଥାତ ସେପ୍ଟେମ୍ବର ୨୬ ତାରିଖରେ ଆନ୍ଦୋଳନରୁ ଓହରିବା ପାଇଁ ଆଇନଜୀବୀମାନେ ସମ୍ମତି ଜଣାଇଥିଲେ। କିନ୍ତୁ ପରେ ନିଷ୍ପତ୍ତିରୁ ଓହରି ଆନ୍ଦୋଳନ ଚାଲୁ ରଖିଥିବା ଡିସିପି ଶ୍ରୀ ସି˚ହ କହିଛନ୍ତି।

ସମ୍ବନ୍ଧିତ ଖବର