ଆଇନଜୀବୀ ଆନ୍ଦୋଳନ : ଦାୟୀ କିଏ?

ସରକାରଙ୍କୁ ଆଙ୍ଗୁଠି ଉଠାଇଲେ ବିରୋଧୀ, ବିଜେଡି କହିଲା, ସରକାର ତୃତୀୟ ପକ୍ଷ

ଭୁବନେଶ୍ୱର : ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ସରକାରଙ୍କ ଭୂମିକାକୁ ନେଇ ବିେରାଧୀ ସିଧା ସିଧା ପ୍ରଶ୍ନ ଉଠାଇଛନ୍ତି। କାହିଁକି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରୁନାହାନ୍ତି। ଏପଟେ ବିେଜଡି ସାଂସଦ ପ୍ରତାପ ଦେବ ମଧ୍ୟ ମୁହଁ ଖୋଲିଛନ୍ତି।

ଆଜି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ଅତ୍ୟନ୍ତ ଶାଣିତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ହାଇକୋର୍ଟର ଏକ ଗରିମା ଓ ମର୍ଯ୍ୟାଦା ରହିଛି। ତାକୁ ବଞ୍ଚାଇ ରଖିବା ହେଉଛି ସବୁ ଶ୍ରେଣୀର ଓକିଲଙ୍କ କାମ।

ଗୋଟିଏ ଗୋଷ୍ଠୀ ନୁହେଁ, ବରଂ ସବୁ ଓକିଲମାନେ ଆଗେଇ ଆସିବା ଉଚିତ୍। ହାଇକୋର୍ଟ ବାର ହେଉ କି ଯେ କୌଣସି ବାର, ଏହାକୁ ରାଜନୀତିର ପରୀକ୍ଷାଗାର କରାନଯାଉ। ଶ୍ରୀ ମହାପାତ୍ର
କ୍ଷୋଭର ସହିତ ଆହୁରି କହିଛନ୍ତି, ସାଧାରଣ ଲୋକ ଆଇନର ଆଶ୍ରୟ ନେଇ ନ୍ୟାୟ କିଭଳି ପାଇବ ସେ ସୀମା ଏବେ ଟପିଗଲାଣି। ଜେଲରେ ରହିବା ସୀମା ବି ଟପିଗଲାଣି। ଆଉ ଆନ୍ଦୋଳନର ସୀମା ବି ଟପିଗଲାଣି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ହାଇକୋର୍ଟ ଇତିହାସରେ କେବଳ ଏଭଳି ଘଟଣା ଆଗରୁ ହୋଇନଥିଲା। ଆଇନମନ୍ତ୍ରୀ ଓ ଆଇନ ସଚିବ ତୁରନ୍ତ ଓକିଲ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆନ୍ଦୋଳନରେ ପରିସମାପ୍ତି ଘଟାନ୍ତୁ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ େପ୍ରସ ଇସ୍ତାହାରରେ କହିଛନ୍ତି, ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ଆଇନଜୀବୀମାନେ ପ୍ରାୟ ଦୁଇ ମାସ ହେଲା ଚଳାଇଥିବା ଆନ୍ଦୋଳନର ସମାଧାନ ବାଟ ବାହାର କରିବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି। ଆଇନଜୀବୀଙ୍କୁ ନେଇ ବିଜେଡି ଏକ ସାମ୍ମୁଖ୍ୟ କରିବା ଓ ତାହା ଜରିଆରେ ସମୁଦାୟ ପ୍ରସଙ୍ଗ ଅଧିକ ବିବାଦୀୟ କରିବାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ସେ ଆହୁରି କହିଛନ୍ତି, ଗାଣତାନ୍ତ୍ରିକ ବ୍ୟବସ୍ଥାରେ ପୁଲିସ୍ ଓ ଆଇନଜୀବୀ ଉଭୟଙ୍କର ଗୁରୁଦାୟିତ୍ବ ଓ ଭୂମିକା ରହିଛି। ସେମାନଙ୍କ ସମସ୍ୟାକୁ ସବୁ ସମୟରେ ଉପଯୁକ୍ତ ପ୍ରାଧାନ୍ୟ ଦେଇ ସମାଧାନ କରିବାର ଆବଶ୍ୟକତା ରହିଛି। ଏହି ମାମଲା ଅଦାଲତରେ ବିଚାରାଧୀନ ରହିଛି ଓ ଅଦାଲତ ତାଙ୍କର ରାୟ ପ୍ରଦାନ କରିବେ। କିନ୍ତୁ ତାହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିବାଦର ସମାଧାନ ନିମନ୍ତେ ତିଳେ ହେଲେ ଆନ୍ତରିକତା ପ୍ରଦର୍ଶନ ନ କରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ତାହା ବାଟରେ ଯିବାକୁ ଛାଡ଼ି ଦେଇଛନ୍ତି। ହାଇକୋର୍ଟ ପରିସର ପୁଲିସ୍‌ ଛାଉଣିରେ ପରିଣତ ହୋଇଛି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ମଧ୍ୟ ସ୍ବାଭାବିକ ଭାବେ ଚାଲିପାରୁ ନାହିଁ। ଏହା ଦ୍ବାରା ବହୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ପରିସ୍ଥିତିକୁ ଅଧିକ ଖରାପ ହେବାକୁ ନ ଦେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତ‌େକ୍ଷପ କରି ସମାଧାନ ପନ୍ଥା ବାହାର କରିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଆଇନଜୀବୀମାନଙ୍କ ସମସ୍ୟା ସମାଧାନ ନ କରି ଏବେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ବିଜେଡି ଉଦ୍ୟମ କରୁଛି। ହାଇକୋର୍ଟରେ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା, ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ। ସମସ୍ୟା ସମାଧାନରେ ବିଫଳ ବିଜେଡି ଏବେ ହିଂସାପରାୟଣ ହୋଇଯାଇଛି। ଦୀର୍ଘ ଦିନ ଧରି କୋର୍ଟ ବନ୍ଦ ପଡ଼ିଥିବାରୁ ରାଜ୍ୟ ସରକାର ସମାଧାନର ବାଟ ନ ବାହାର କରି ନିରବଦ୍ରଷ୍ଟା ସାଜିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମାଧାନ ନ କରି ନିଜ ଦଳୀୟ ଆଇନଜୀବୀ ସାମ୍ମୁଖ୍ୟକୁ ନେଇ ରାଜନୀତି କରିବା ନିନ୍ଦନୀୟ। ଯଦି ରାଜ୍ୟ ସରକାର ଆଇନଜୀବୀମାନଙ୍କ ମଧ୍ୟରେ ଏକତା ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଏହି ଆନ୍ଦୋଳନର ଏକ ସ୍ଥାୟୀ ସମାଧାନ ଆପଣାନ୍ତୁ ବୋଲି ଶ୍ରୀ ମହାନ୍ତି ପରାମର୍ଶ ‌ଦେଇଛନ୍ତି।

ଅନ୍ୟପକ୍ଷରେ ବିେଜଡି ସମଗ୍ର ଘଟଣା ପାଇଁ ବିେଜପିକୁ ଦାୟୀ କରିଛି। ସାଂସଦ ପ୍ରତାପ ଦେବ କହିଛନ୍ତି, ବିେଜପି ହିଁ ଏହି ବିବାଦକୁ ବଢାଉଛି। ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ। ଏଥିରେ ରାଜ୍ୟ ସରକାର ହେଉଛନ୍ତି ତୃତୀୟ ପକ୍ଷ। ପ୍ରଥମ ପକ୍ଷ ହେଲେ ଆଇନଜୀବୀ ସଂଘ ଓ ଦ୍ବିତୀୟ ପକ୍ଷ ହେଲେ ହାଇକୋର୍ଟ। ସଂଘ ଓ ହାଇେକାର୍ଟ ମଧ୍ୟରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ। ରାଜ୍ୟ ସରକାର ଯାହା ପଦକ୍ଷେପ ନେବା କଥା ତାହା େନଇଛନ୍ତି। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଏହି ବିବାଦକୁ ବଳିଷ୍ଠ କରୁଛି ଓ ବଢାଉଛି ବୋଲି ବିେଜଡି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର