ସୀମା ଟପିଲାଣି : କୋର୍ଟ ପରିସରରେ ଧସ୍ତାଧସ୍ତି, ଆକ୍ରମଣ

ଆଇନଜୀବୀ ଆନ୍ଦୋଳନର ନୂଆ ମୋଡ଼, ବିଜେଡି ଲିଗାଲ ସେଲର ବରିଷ୍ଠ କର୍ମକର୍ତ୍ତା ବର୍ତିେଲନି, ଜଣେ ପୁଲିସ ସମେତ ଦୁଇ ଏସସିବିରେ ଭର୍ତ୍ତି,୨୬ ପ୍ଲାଟୁନ ଫୋର୍ସ ମୁତୟନ

କଟକ : ହାଇକୋର୍ଟ ପରିସରରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ଆଜି ତୁମୁଳକାଣ୍ଡ ଘଟିଛି। ଗଲା ଦୁଇ ମାସ ହେଲା ଚାଲିଥିବା ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ବିଜେଡି ଲିଗାଲ ସେଲ୍ ସଦସ୍ୟମାନେ ଯାଉଥିବା ବେଳେ ସେମାନଙ୍କୁ ପ୍ରଚଣ୍ଡ ବିେରାଧ କରାଯାଇଥିଲା। ହାଇକୋର୍ଟ ପରିସରରେ ଉଭୟପକ୍ଷ ମଧ୍ୟରେ‌ ଠେଲାପେଲା, ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ଏଥିରେ ବିଜେଡି ଲିଗାଲ ସେଲ୍‌ର ଦୁଇ ବରିଷ୍ଠ କର୍ମକର୍ତ୍ତା, ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ଯୁବକ ଆହତ ହୋଇଛନ୍ତି। ଏହାକୁ ନେଇ ଲାଲ୍‌ବାଗ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ହାଇକୋର୍ଟ ପରିସରରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ହାଇକୋର୍ଟରେ ଆଜି ଘଟିଥିବା ଅଭାବନୀୟ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ବିସ୍ମୟ ପ୍ରକାଶ ପାଇଛି। େକାର୍ଟର ସ୍ଥିତି, ସରକାରଙ୍କ ନିରବତା, ବିେରାଧୀଙ୍କ ଆକ୍ଷେପ, େଜଲ୍‌ରେ କଏଦୀଙ୍କ ସ୍ଥିତି, ମାନବିକତା ସବୁ ସୀମା ଟପିଲାଣି େବାଲି ମତପ୍ରକାଶ ପାଇଲାଣି। େସପଟେ ରାଜନୈତିକ େନତାମାେନ ବୟାନବାଜି ଆରମ୍ଭ କରିଛନ୍ତି।

ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ଘଟଣାକୁ ନେଇ ଅଗଷ୍ଟ ୨୯ରୁ ଆରମ୍ଭ େହାଇଥିବା ଆନ୍ଦୋଳନ ଏେବ ଭୟାନକ େମାଡ଼ େନଲାଣି। ଶନିବାର ଦିନ ବିଜେଡି ଲିଗାଲ ସେଲ୍‌ ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନରୁ ଓହରିବାକୁ ଘୋଷଣା କରିଥିଲା। ସେହି ଅନୁଯାୟୀ ଆଜି ଦିିନ ୧୧ଟା ସମୟରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଉପଦେ‌ଷ୍ଟା ଅସୀମ ଅଭିତାଭ ଦାଶ ଓ ମିଲନ କାନୁନଗୋଙ୍କ ନେତୃତ୍ବରେ ଓକିଲମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ହାଇକୋର୍ଟ ପରିସରକୁ ଯିବାକୁ ଉଦ୍ୟମ କରିଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ନିକଟ ହାଇକୋର୍ଟ ଗେଟ୍ ଦେଇ ସେମାନେ ପଶିବାକୁ ଉଦ୍ୟମ କରୁଥିବା ବେଳେ ପରିସର ଭିତରେ ଥିବା ଆନ୍ଦୋଳନ ସପକ୍ଷବାଦୀ ଓକିଲମାନେ ସେମାନଙ୍କୁ ବିରୋଧ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ଏହାପରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନରତ ଆଇନଜୀବୀମାନେ ଏକତ୍ରିତ ହୋଇ ଗେଟରେ ଜଗି ରହିଥିଲେ।

ଏହି ଘଟଣାର କିଛି ସମୟ ପରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଉପଦେ‌ଷ୍ଟା ଶ୍ରୀ ଦାଶ ଓ ଶ୍ରୀ କାନୁନଗୋ ଓ ଅନ୍ୟ ଆଇନଜୀବୀମାନେ ପୁଲିସ ସୁରକ୍ଷାରେ ହାଇକୋର୍ଟ ପରିସରକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।

ଏ ସଂପର୍କରେ ସୂଚନା ଦେଇ ଆଇନଜୀବୀ ଶ୍ରୀ ଦାଶ କହିଛନ୍ତି ଯେ କିଛି ଓକିଲ ଏବଂ ଅସାମାଜିକ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ତାଙ୍କୁ ଓ ମିଲନ କାନୁନଗୋଙ୍କୁ କୋର୍ଟ ବାରଣ୍ଡାରେ ଆକ୍ରମଣ କରିଛନ୍ତି। ଜନସାଧାରଣଙ୍କ କଥା ବୁଝିବା ଆମର ଦାୟିତ୍ବ। ସେମାନେ କିନ୍ତୁ ଆମକୁ ଆକ୍ରମଣ କଲେ। ଆକ୍ରମଣରେ ତାଙ୍କର ବେକ, ମୁଣ୍ଡ, ଆଖିରେ ଆଘାତ ଲାଗିଛି। ଜଣେ ପୁଲିସ କର୍ମଚାରୀଙ୍କୁ ହାଇକୋର୍ଟ ପରିସରରେ ଆକ୍ରମଣ କରାଯିବା ସହ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଛି। ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅପର ପକ୍ଷ‌ରେ ଆନ୍ଦୋଳନରତ ଆଇନଜୀବୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି।

ଆସନ୍ତାକାଲି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକ୍ସନ କମଟି ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଦେଖା ଦେଇଥିବା ପରିସ୍ଥିତି ସଂପର୍କରେ ଆଲୋଚନା କରାଯିବ। ଏଥି ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର