ଆଇନଜୀବୀଙ୍କ ଆନ୍ଦୋଳନ: ଅଚଳାବସ୍ଥା ଜାରି

୩୭୦୦ ନିୟମିତ ଜାମିନ ଆ‌େବଦନ ଓ ୭୫୨୦୦ ରିଟ୍‌ ପିଟିସନ୍‌ ବିଚାରାଧୀନ, ବଢୁଛି ମାମଲା ସ˚ଖ୍ୟା; ମୁକୁଳି ପାରୁ ନାହାନ୍ତି ଜେଲ୍‌ରୁ ବନ୍ଦୀ

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ବନ୍ଦ ହେବାର ନାଁ ଧରୁ ନାହିଁ। ଅଭିଯୁକ୍ତଙ୍କ ଗିରଫଦାରୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆଇନଜୀବୀ ଜିଦ୍‌ ଧରିଛନ୍ତି। ଅକ୍ଟୋବର ୩ ତାରିଖରେ କାର୍ଯ୍ୟବନ୍ଦ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁଁ ସୁପ୍ରିମକୋର୍ଟକୁ ଯାଇଥିବା ଅଭିଷେକ ଆୟର ମିତ୍ରଙ୍କ ମାମଲାକୁ ସୋମବାର ତାଲିକାରୁ ବାଦ୍‌ ଦିଆଯାଇଛି। ଫଳରେ ଏହି ଘଟଣାରେ ଆଜି ଆଉ ଏକ ମୋଡ଼ ଆସିଥିବା କୁହାଯାଉଛି।

ଗତ ୨୭ ତାରିଖରେ ଅଭିଜିତ ଆୟର ମିତ୍ର ମାମଲାରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଓ ସମ୍ବନ୍ଧିତ ଅନ୍ୟ ଆଇନଜୀବୀ ସ˚ଘ ଗୁଡିକୁ ଆନ୍ଦୋଳନରୁ ନିବୃତ୍ତ ରହି କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶ ପରେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଥମି ନାହିଁ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆଇନଜୀବୀମାନେ ଘୋଷଣା କରିଛନ୍ତି। ଏଥି ସହିତ ଆଇନଜୀବୀଙ୍କ ଆନ୍ଦୋଳନ ସପକ୍ଷରେ ମୁହଁ ଖୋଲିଛି ବାର‌୍‌ କାଉନସିଲ ଅଫ୍‌ ଇଣ୍ତିଆ। ଆଇନଜୀବୀଙ୍କୁ ମାଡ ଘଟଣାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଦୋଷୀ ପୁଲିସ ଅଧିକାରୀଙ୍କୁ ଜେଲକୁ ପଠାଇବା ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଅଭିଷେକ ଆୟର ମିତ୍ର ମାମଲା ପୁଣି ସୋମବାର ଶୁଣାଣି ପାଇଁ ସପ୍ଲିମେଣ୍ଟାରି ଲିଷ୍ଟରେ ସ୍ଥାନ ପାଇଥିଲା। ଏହି ମାମଲାର ଶୁଣାଣି ସମୟରେ ପୁଣି ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସ˚ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଜି ଏହି ମାମଲାକୁ ତାଲିକାରୁ ବାଦ ଦିଆଯାଇଥିଲା। ଫଳରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇ ପାରି ନଥିଲା। ଅନ୍ୟପକ୍ଷରେ ଆକ୍ଟୋବର ୩ରେ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଆକ୍ସନ କମଟି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିିର କରାଯିବ ବୋଲି କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି।

ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦାଳନ ଯୋଗୁ ୩୪ ଦିନ ହେବ ହାଇକୋର୍ଟ ସମେତ ସମସ୍ତ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି। ଏହାର ପ୍ରଭାବ ମଧ୍ୟ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟ ଉପରେ ଅନୁଭୂତ ହେଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଆଇନଜୀବୀଙ୍କ ଆନ୍ଦୋଳନ ଅକ୍ଟୋବର ୩କୁ ୩୬ ଦିନରେ ପହଞ୍ଚିବାକୁ ଥିବା ବେଳେ ବିଚାରାଧୀନ ମାମଲା ସ˚ଖ୍ୟା ମଧୢ ବଢି ବଢି ଚାଲିଛି। ହାଇକୋର୍ଟ େଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮, ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୧ ହଜାର ୭୬୨ଟି ମାମଲା ବିଚରାଧୀନ ରହିଛି। ଏଥି ମଧୢରେ ୩ ହଜାର ୭୪୧ଟି ନିୟମିତ ଜାମିନ ଆବେଦନ ଅନ୍ତର୍ଭୁକ୍ତ। ଗିରଫ ହୋଇ ଜେଲରେ ଥିବା ବନ୍ଦୀଙ୍କ ଜାମିନ ଆବେଦନ ଶୁଣାଣି ହୋଇ ପାରୁ ନାହିଁ। ଫଳରେ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସ˚ଖ୍ୟା ବୃଦ୍ଧି ପାଉଛି। ସେହିଭଳି ୭ ହଜାର ୩୦୫ଟି ଆଗୁଆ ଜାମିନ ଆବେଦନ, ୮ ହଜାର ୭୯୭ଟି କ୍ରିମିନାଲ ଅପିଲ ଓ ୭୫ ହଜାର ୨୧୬ଟି ରିଟ୍‌ ପିଟିସନ୍‌(ସିଭିଲ), ୭୬୫ଟି ରିଟ୍‌ ପିଟିସନ୍‌(କ୍ରିମିନାଲ) ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଦୁର୍ଗାପୂଜା ଅବକାଶ ପାଇଁ ଅଦାଲତ ଅକ୍ଟୋବର ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। ଏପରି ପରିସ୍ଥିତିରେ ହାଇକୋର୍ଟ ଓ ନିମ୍ନ ଅଦାଲତରେ ଦୁର୍ଗାପୂଜା ଅବକାଶ ପୂର୍ବରୁ ଆଉ ମାତ୍ର ୬/୭ଟି କାର୍ଯ୍ୟଦିବସ ରହିବ। ଏପରି ପରିସ୍ଥିତିରେ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯଦି ଶୀଘ୍ର ଶେଷ ନ ହୁଏ ତେବେ ପରିସ୍ଥିତି ଅଧିକ ଗୁରୁତର ହେବ ଏବଂ ସାରା ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟା ଜଟିଳ ଅବସ୍ଥାରେ ପହଞ୍ଚିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର