ପଦ୍ମପୁର ଏସ୍‌ଡିପିଓ ପୁନଃ ଅବସ୍ଥାପିତ

କଟକ : ବରଗଡ଼ ଜିଲ୍ଲା ପଦ୍ମପୁରର ଏସ୍‌ଡିପିଓ ଭାବେ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ଘଟଣାରେ ଏସ୍‌ଡିପିଓ ଶାସକ ଦଳକୁ ସମର୍ଥନ କରୁଥିବା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହି ଆଧାରରେ ତାଙ୍କୁ ଝାରସୁଗୁଡ଼ା ବଦଳି କରି ଦିଆଯାଇଥିଲା । ତାଙ୍କ ସ୍ଥାନରେ ଝାରସୁଗୁଡ଼ା ଏସ୍‌ଡିପିଆର୍‌ଓ କ୍ଷୀରସାଗର ନାୟକଙ୍କୁ ପଦ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ବରପାଲି ବ୍ଲକର କୁମ୍ଭାରୀ ଗାଁରେ ଉପନିର୍ବାଚନ ପ୍ରଚାର ପାଇଁ ବିଜେଡିର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ସଭାରେ ଜଣେ ଯୁବକ କାର୍ତ୍ତିକ ମେହେର୍‌ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଚପଲ ମାଡ଼ କରିଥିଲା । ଚପଲ ମାଡ଼ ପ୍ରସଂଗରେ ଲକ୍ଷ୍ମୀ ନାରାୟଣ ଶାସକ ଦଳକୁ ସମର୍ଥନ କରୁଥିବା ସମ୍ପର୍କରେ ରାଜ୍ୟ ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା । କମିସନଙ୍କ ନିର୍ଦ୍ଦେଶ ଆଧାରରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା ଲକ୍ଷ୍ମୀ ନାରାୟଣଙ୍କୁ ପଦ୍ମପୁରରୁ ବଦଳି କରିଥିଲେ ।

ସମ୍ବନ୍ଧିତ ଖବର