କୋରାପୁଟ: ଝୁଲିକି ରହିଲା ଲକ୍ଷ୍ମୀପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଟିକେଟ

ଲକ୍ଷ୍ମୀପୁର: ଓଡ଼ିଶାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଟିକଟ ବଣ୍ଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ନାମ ଝୁଲିକି ରହିଛି। ପୁର୍ବରୁ କଂଗ୍ରେସର ଷ୍ଟାଣ୍ଡିଂ ବିଧାୟକ ମାନଙ୍କୁ ୨୦୧୯ ନିର୍ବାଚନରେ ଟିକଟ ପ୍ରଦାନ କରାଯିବା କୌଣସି ବାଧା ନାହିଁ ଓ ସେମାନଙ୍କୁ ଟିକଟ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା ହୋଇଥିଲା, ତାହା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଭୁଲ୍‌ ପ୍ରମାଣିତ ହୋଇଛିା ବିଶେଷ ସୁତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଟିକେଟ ସକାଶେ ପ୍ରଥମରୁ ଦାବିଦାର ହୋଇଥିଲେ ମଧ୍ୟ ଦଳର ବରିଷ୍ଠ ନେତା ତାରା ବାହିନିପତି ଏଥିରେ ମୁଖ୍ୟ କଣ୍ଟକ ସାଜିଛନ୍ତ। ଏପରିକି ସୋମବାର ପର୍ଯ୍ୟନ୍ତ ସେ ଅମଙ୍ଗ ହେବା ସହ କୈଳାଶକୁ ବାଦ୍‌ ଦେଇ ଯାହାକୁ ଟିକେଟ ଦେଲେ କୌଣସି ଆପତ୍ତି ନାହିଁ ବୋଲି ସେ କହିଥିବା ମଧ୍ୟ ଦଳିୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛିା

ଅନ୍ୟପକ୍ଷରେ ଦଶମନ୍ତପୁର ବ୍ଲକର ବାସିନ୍ଦା ତଥା ବର୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରବୁଜାନି ବିଜେଡିର ଟିକେଟ ପାଇସାରିଥିବା ବେଳେ ଦଶମନ୍ତପୁର ବ୍ଲକ କଂଗ୍ରେସର ଦଳୀୟ ଅସନ୍ତୁଷ୍ଠ କର୍ମୀମାନେ କୈଳାଶ କୁଲେସିକାଙ୍କୁ ଟିକଟ ପ୍ରଦାନ କଲେ କଂଗ୍ରେସରୁ ଇସ୍ତଫା ଦେବୁ ବୋଲି ଭୂବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି। ଫଳରେ କଂଗ୍ରେସର ଦଳୀୟ କନ୍ଦଳ ପୁଣି ଆରମ୍ଭ ହୋଇଯାଇଛିା

ସମ୍ବନ୍ଧିତ ଖବର