ଭାରତ-ଆମେରିକା ବ୍ୟବସାୟିକ ସମ୍ପର୍କକୁ ମଜଭୁତ୍‌ କରିଛି ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର

ଆମେରିକା ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ଭାରତ-ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧ ମଜଭୁତ୍‌ ହୋଇଛି। ୨୦୧୪ ପର ଠାରୁ ବାଣିଜ୍ୟିକ କାରବାର କ୍ରମାଗତ ଭାବେ ବଢ଼ିଚାଲିଛି। ଏ ଦିଗରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ‌ଫୋରମ୍‌(ୟୁଏସ୍‌ଆଇଏସପିଏଫ୍‌ର)ର ବାର୍ଷିକ ନେତୃତ୍ବ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସାର୍ବଜନୀନ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆମେରିକାର ରାଷ୍ଟ୍ରଦୂତ ଟିମ୍‌ ରୋଏମର‌୍‌ଙ୍କ ସହ ସାକ୍ଷାତକାର ଅବସରରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଭାରତ ଆମେରିକା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩.୫୮ ବିଲିୟନ ଆମେରିକୀୟ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି। ଏହି ମର୍ମରେ ଭାରତ ଆମେରିକା ଠାରୁ ମୋଟ ୭.୨ ବିଲିୟନ ଆମେରିକାୟ ଡଲାରର ଏଲ୍‌ଏନ୍‌ଜି ସମେତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଛି। ବହୁତ କମ୍‌ ସମୟ ମଧୢରେ ଅଶୋଧିତ ତୈଳ ଉତ୍ପାଦନ କରିବା ଦିଗରେ ଆମେରିକା ପ୍ରମୁଖ ୧୦ ଦେଶ ତାଲିକାରେ ରହିପାରିଛି। ଭାରତୀୟ କମ୍ପାନିଗୁଡିକ ପ୍ରଥମରୁ ହିଁ ଆମେରିକାର ତୈଳ ଏବ˚ ଗ୍ୟାସ୍‌ କ୍ଷେତ୍ରରେ ପୁଞ୍ଜିନିବେଶ କରୁଛନ୍ତି। ଆମେରିକା ପାଇଁ ବର୍ତମାନ ଭାରତ ବିଶ୍ବରେ ଚତୁର୍ଥ ସର୍ବବୃହତକାରୀ ଅଶୋଧିତ ତୈଳ ଆମଦାନୀକାରୀ ଦେଶ ହୋଇଥିବା ବେଳେ ଏଲଏନଜି କ୍ଷେତ୍ରରେ ତୃତୀୟ ସର୍ବବୃହତକାରୀ ଦେଶ। ଚଳିତ ବର୍ଷ ଭାରତ ପ୍ରାୟ ୪.୫ ବିଲିୟନ ଆମେରିକୀୟ ଡଲାରର ତୈଳ ଏବ˚ ଗ୍ୟାସ ଆମଦାନୀ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ତୈଳ କମ୍ପାନିଗୁଡ଼ିକ ଉପରେ ଆକ୍ରମଣ ଓ ଅଣ-ଜଳବାୟୁ ପରିବର୍ତନ ସ˚ପ୍ରତି ତୈଳ ଏବ˚ ଗ୍ୟାସର ବିକାଶ ଦିଗରେ ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ସତ୍ତ୍ବେ ଭାରତ ଆଗାମୀ ଦିନରେ ଉର୍ଜା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। କାରଣ ଏବେ ଭାରତ ଅର୍ଥନୀତି ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଆମେରିକା ଓ ଚୀନ୍‌ ପରେ ଭାରତ ବିଶ୍ବର ତୃତୀୟ ବୃହତ ଊର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଛି। ଭାରତ ୨୦୪୦ ସୁଦ୍ଧା ବିଶ୍ବର ଉର୍ଜା ଚାହିଦାକୁ ଦୁଇ ଗୁଣା କରିବାର ଲକ୍ଷ୍ୟ ରଖିଛି। ଆଗାମୀ ଦିନରେ ଭାରତ ଦାୟିତ୍ବସମ୍ପନ୍ନ ଭାବେ ନିଜ ରାସ୍ତାରେ ଦେଶରେ ଉପଲବ୍ଧ ଉପାଦାନକୁ ଉର୍ଜାରେ ରୂପାନ୍ତରିତ କରିବ ଯାହା ବିଶ୍ବର ଉର୍ଜା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିବ ା ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ବ ଊର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର