ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସମାବେଶ ୨୪ରେ

ଭୁବନେଶ୍ୱର : ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ରାଜ୍ୟସ୍ତରୀୟ ସମାବେଶ ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ଟାରେ କଟକ ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ କଲେଜରେ ଅନୁଷ୍ଠିତ ହେବ। ‘ଉଚ୍ଚଶିକ୍ଷାରେ ସଙ୍କଟ’ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ, ବେତନରେ ଥିବା ଅସଙ୍ଗତି, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଯୋଗ୍ୟ ଅଧ୍ୟାପକଙ୍କୁ ୧୯୮୯ଠାରୁ ୟୁଜିସି ହାରରେ ଦରମା ପ୍ରଦାନ ପରି ବିଭିନ୍ନ ଦାବି ଉପରେ ଆଲୋଚନା ହେବ। ଏଥିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେବାକୁ ଅନୁରୋଧ କରାଯାଇଛି ବୋଲି ନିଖିଳ ରାଜ୍ୟ ଦରମାପ୍ରାପ୍ତ କଲେଜ ଶିକ୍ଷକ ସଂଘର ରାଜ୍ୟ ଆବାହକ ଡ. କମଳ ପ୍ରସାଦ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର