ଭୁବନେଶ୍ୱର: ସରକାର ବାଣ୍ଟିବେ ମାଗଣା ଏଲଇଡି ବଲ୍‌ବ

ଭୁବନେଶ୍ୱର: ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସରକାର ଆଜି ଆଉ ଏକ ପଦକ୍ଷପ ଗ୍ରହଣ କରିଛନ୍ତି। ଏଣିକି ପ୍ରତି ଘରେ ଜଳିବ ଏଲଇଡି ବଲ୍‌ବ। ସରକାର ପ୍ରତି ଘରକୁ ଯୋଗାଇଦେବେ ଏଲଇଡି ବଲ୍‌ବ। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ସମସ୍ତ ହୀତାଧୀକାରୀଙ୍କୁ ସରକାର ୪ଟି ଲେଖାଏଁ ବଲ୍‌ ମାଗଣାରେ ପ୍ରଦାନ କରିବେ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ମୋ ଘରେ ଏଲଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତିି। ଏହି ଯୋଜନା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧୀକାରୀମାନଙ୍କୁ ଏଣିକି ୪ଟି ଲେଖାଏଁ ଏଲଇଡି ବଲ୍‌ବ ମିଳିବ। ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ ସମୟରେ ହିତାଧୀକାରୀଙ୍କୁ ଏହି ଏଲଇଡି ବଲ୍‌ବ ବଣ୍ଟନ କରାଯିବ। ଆସନ୍ତା ଜାନୁଆରି ୧୫ ଓ ଫେବ୍ରୁଆରି ମାସ ୧୫ ତାରିଖରେ ଏହି ଏଲଇଡି ବଲ୍‌ବ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର