ପଥର ଚଟାଣରେ ୨ ଛୁଆ ସହ କଲରାପତରିଆ ଯୋଡ଼ି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ କୁଲିଆବନ୍ଧା ମୁସୁରିଙ୍ଗ ସଂରକ୍ଷଣ ଜଙ୍ଗଲରେ ଗତ ବୁଧବାର ଦିନ ୨ଟି କଲରାପତରିଆ ବାଘ ଦେଖାଦେଇଥିଲା। ଗୁରୁବାର ଦିନ ଏହି ଦୁଇ ଯୋଡି ବାଘ ସହ ତାର ୨ଟି ଛୁଆ ମଧ୍ୟ ସେହି ଚଟାଣରେ ଥିବା ଦେଖିବାକୁ ମିଲିଛି। ନୂଆପଡ଼ା ଡିଏଫଓ ଖୁସବନ୍ତ ସିଂ ମୁସୁରିଙ୍ଗ ଜଙ୍ଗଲକୁ ଯାଇ ପରିଦର୍ଶନ କରି ଲୋକମାନଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଆଜି ବାଘ ସହ ସେମାନଙ୍କ ଛୁଆ ଥିବା ଖବର ପ୍ରଘଟ ହେବା ପରେ ସନ୍ଧ୍ୟାରେ ଗାଁରେ ତାଟି କବାଟ ପଡ଼ି ଯାଇଛି। ବନ ବିଭାଗ ପକ୍ଷରୁ ସନ୍ଧ୍ୟା ପରେ ଘରୁ ପଦାକୁ ନ ବାହାରିକୁ ପରାମର୍ଶ ଦିଆଯାଇଥିଲା।

କୁକୁଡାତାଲ ଗ୍ରାମବାସୀ କହିବା ଅନୁଯାୟୀ, ଗତ ଦୁଇ ଦିନ ତଳେ ଗ୍ରାମର ହେମସିଂ କେଉଁଟଙ୍କ ଗାଈ ଓ ବାଛୁରୀକୁ ବାଘ ଗାଁ ପାଖରେ ଆକ୍ରମଣ କରିଥିଲା। ପରେ ବାଘଟି ଏହି ଚଟାଣରେ ୨ଦିନ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ଲାଗି କୁକୁଡାତାଲ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଥିବାରୁ ଗ୍ରାମବାସୀ ଭୟରେ ନିଜ ପୁଲାମାନଙ୍କୁ ସ୍କୁଲକୁ ଛାଡୁ ନାହନ୍ତି। ଅନ୍ୟପକ୍ଷେ ନୂଆପଡ଼ା ରେଞ୍ଜର ଅସିତ କୁମାର ଦାସଙ୍କ ସହ କର୍ମଚାରୀମାନେ ଜଙ୍ଗଲ ପାଖରେ ଥିବା ଲୋକମାନଙ୍କୁ ସବୁବେଳେ ସତର୍କ ରହିଥିବା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର