ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଭାସିଯାଉଥିବା ମହିଳା ପର୍ଯ୍ୟଟକ ଉଦ୍ଧାର ହେଲେ

ପୁରୀ : ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି । ତାଙ୍କୁ ଲାଇଫ୍‌ଗାର୍ଡ କର୍ମଚାରୀମାନେ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିବା ଜଣାଯାଇଛି ।ଏହି ମହିଳା ପର୍ଯ୍ୟଟକଙ୍କ ନାମ ଲୀଳାବତୀ ସାହୁ ।

ବୋଲି ଜଣାଯାଇଛି। ତାଙ୍କ ଘର ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳରେ ବୋଲି ସୂଚନା ମିଳିଛି। ଲୀଳାବତୀ ସପରିବାର ପୁରୀ ବୁଲିବାକୁ ଆସିଥିଲେ । ସେ ଦକ୍ଷିଣ ସ୍ୱର୍ଗଦ୍ୱାର ବେଳାଭୂମିରେଆଜି ସକାଳେ ପରିବାର ଲୋକଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ସେ ରିଫ୍‌ କରେଣ୍ଟରେ ଭାସି ଯାଇଥିଲେ । ସେ ପ୍ରାୟ ୧୦୦ ମିଟର ଭିତରକୁ ଚାଲିଯାଇଥିଲେ। ଏହା ଦେଖି ତତକ୍ଷଣାତ୍ ଦୁଇ ଜଣ ଲାଇଫ୍‌ଗାର୍ଡ କର୍ମଚାରୀ ଜି. ଚକ୍ରଧର ଓ କେ. ଅଜିତ ସମୁଦ୍ର ଭିତରକୁ ପ୍ରବେଶ କରି ଲୀଳାବତୀଙ୍କୁ ଉଦ୍ଧାର କରିଥିଲେ ବୋଲି ଜଣାଯାଇଛି ।

ସଂପୃକ୍ତା ମହିଳା ଜଣକ ପାଣି ପିଇ ଦେଇଥିଲେ । ତାଙ୍କର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏବେ ଲୀଳାବତୀ ଦିଆଯିବା ସୁସ୍ଥ ଥିବା କୁହାଯାଉଛି ।

Image result for puri sea
image source-youtube

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଭୁବନେଶ୍ୱରର ଜଣେ ଯୁବକ ସୁମୁଦ୍ରରେ ଗାଧୋଉଥିବାବେଳେ ହଠାତ ଭାସି ଯାଇଥିଲେ ।ଉକ୍ତ ଯୁବକଙ୍କୁ ତିନି ଜଣ ଲାଇଫଗାର୍ଡ ପାଣିଭିତରୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର