ବଜ୍ରପାତରେ ୨ ମୃତ, ୨ ପର୍ଯ୍ୟଟକ ଓ ଶିଶୁ ସମେତ ୫ ଆହତ

ଭୁବନେଶ୍ୱର/କୁଚିଣ୍ଡା: ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବଜ୍ରପାତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ନାଗଡ଼ିହିରେ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି। କୁଚିଣ୍ଡାର ରଜନୀକାନ୍ତ ସାହୁ(୩୩) ଓ ଅଗସ୍ତି ନାଏକ(୨୫) ଅର୍ଡାବାହାଲ ଯାଉଥିଲେ। ଅପରାହ୍ନ ୪ଟା ବେଳେ ଅଚାନକ ବର୍ଷା ହେବାରୁ ସେମାନେ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ରଜନୀକାନ୍ତ ଓ ଅଗସ୍ତିଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ବଜ୍ରପାତ ହେବାରୁ ୨ ପର୍ଯ୍ୟଟକଙ୍କ ସହିତ ୩ଜଣ ଗୁରୁତର ହୋଇଥିବା ବେଳେ କଟକପଡ଼ାରେ ୨ମହିଳା ସମେତ ଜଣେ ଶିଶୁ ଗୁରତର ହୋଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର