ଖେଳପଡ଼ିଆରେ ବଜ୍ରପାତ: ୧୪ ଖେଳାଳି, ୩ ଦର୍ଶକ ଗୁରୁତର

ହରିଚନ୍ଦନପୁର : ଦର୍ଶକ ଭରପୂର ଖେଳପଡ଼ିଆରେ ହଠାତ୍‌ ବଜ୍ରପାତ ହେବାରୁ ୧୪ ଜଣ ଖେଳାଳିଙ୍କ ସହ ଆଉ ୩ ଦର୍ଶକ ଗୁରୁତର ହୋଇଛନ୍ତି। ଦର୍ଶକଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇଜଣ ମହିଳା ଅନ୍ତର୍ଭୁକ୍ତ। ଆଜି ଅପରାହ୍ନ ୫ଟା ସମୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ପଞ୍ଚାୟତର ବଳିପର୍ବତ ଗ୍ରାମର ଖେଳପଡ଼ିଆରେ ଏହି ଅଘଟଣ ଘଟିଛି। ସେଠାରେ ଆଦିବାସୀ ପିଲାମାନେ ଚକି ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ୍‌ କାଳବୈଶାଖୀ ଝଡ଼ ଓ ବଜ୍ରପାତ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ଚକି ବାଡ଼ି ଧରି ଖେଳୁଥିବା ସବୁ ଖେଳାଳି ତଳେ କଚାଡ଼ି ହୋଇପଡ଼ିଯାଇଥିଲେ। ଅଧିକାଂଶ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ୫ ଜଣ ଖେଳାଳି ମୁଣ୍ଡ ବୁଲାଇ ବାନ୍ତି କରିଥିଲେ। ୩ ଣ ବାକ୍‌ଶକ୍ତିହୀନ ହୋଇଯାଇଥିଲେ। ସେମାନଙ୍କ ବାଦ ୩ ଦର୍ଶକ ଗୁରୁତର ହୋଇ ପଡ଼ିଯାଇଥିଲେ। ଆହତଙ୍କ ମଧ୍ୟରୁ ରାଉତ ହେମ୍ରମ୍‌ (୨୪), ସୁକୁରା ଚାତାର (୨୨) ଓ ମୁନିରାମ ତପନ(୧୮)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର