ଭୋଜିରେ ବଜ୍ରପାତ : ୧ ମୃତ, ୧୦ ଆହତ

ରାଉରକେଲା/ଲହୁଣିପଡା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ସଲେଇପାଲି ଗାଁରେ ଆଜି ଭୋଜିଭାତ ଚାଲିଥିବାବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।

ଗତକାଲି ଗାଁର ଜଣେ ଲୋକଙ୍କ ପରିବାରରେ ବାହାଘର ଥିଲା। ଆଜି ବନ୍ଧୁ ମିଳନ- ସମୁଦି ଦେଖା। ସେଥିପାଇଁ ଭୋଜି ଆୟୋଜନ ହୋଇଥିଲା। ବନ୍ଧୁବାନ୍ଧବଙ୍କ ସହିତ ଗାଁ ଲୋକେ ଆସିଥିଲେ। ଚାରିଆଡ଼େ ଥିଲା ଖୁସିର ବାତାବରଣ। ଭୋଜି ଖିଆପିଆ ଆରମ୍ଭ ହୋଇ ସାରିଥିଲା। ସେହି ସମୟରେ ବର୍ଷା ମାଡ଼ି ଆସିଲା। ବର୍ଷା ସହିତ କୁଆପଥର ମାଡ଼। ପୁଣି ବଜ୍ରପାତ। ସେହି ବଜ୍ରପାତରେ ମାନୁ ଓରାମ (୩୫)ଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୧୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର