ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ଏବେ ବି ଜାରି ରହିଛି କାଳବୈଶାଖୀର ପ୍ରଭାବ। ଫଳରେ ଆଜି କେତେକ ସ୍ଥାନରେ ବର୍ଷା ହୋଇଛି। ଫୁଲବାଣୀରେ ସର୍ବାଧିକ ୨୯ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର, କଟକ, ଭୁବନେଶ୍ୱର, ଝାରସୁଗୁଡ଼ାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି। ଅଳ୍ପ କିଛି ସ୍ଥାନରେ ପବନ ମଧ୍ୟ ହୋଇଛି। ଏଭଳି ପାଗ ଆଉ ୪ ଦିନ ଧରି ଲାଗି ରହିବ। କାଁ ଭାଁ କାଳବୈଶାଖୀ ହେବାର ଅନୁମାନ କରାଯାଇଛି। ଏହାପରେ ପାଗରେ ପରିବର୍ତନ ଆସିବ। ୧୪ ତାରିଖଠାରୁ ତାପମାତ୍ରା ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ୁଛି। ଗତ କିଛି ଦିନ ଅପେକ୍ଷା ଆଜି ଭୁବନେଶ୍ୱର, କଟକ, ଚାନ୍ଦବାଲି ସହରରେ ତାତି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାରେ ବି ତାପମାତ୍ରା ବୃଦ୍ଧି ଘଟୁଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୮ ଡିଗ୍ରି ରହିଥିଲା। ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ତାପାମତ୍ରା ଟିକିଏ କମ୍‌ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର