ଲମ୍ବା ସ‌ାଇକେଲ ଯାତ୍ରା : ଲିମ୍‌କା ରେକର୍ଡରେ ପୁରୀର ଦୁଇ ଯୁବକ

ପୁରୀ : ଦୀର୍ଘତମ ସାଇକେଲ ଯାତ୍ର‌ା କରି ପୁରୀ ଜିଲ୍ଲାର ଦୁଇ ଜଣ ଉଦୀୟମାନ ଯୁବକ ଲିମ୍‌କା ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅସ୍ତରଙ୍ଗ ବ୍ଳକ ଜାହାନିଆ କୁଣ୍ଡଳବା ଗ୍ରାମର ସୌମ୍ୟରଂଜନ ବିଶ୍ବାଳ (୨୧) ଓ ସାକ୍ଷୀଗୋପାଳ ବମ୍ପାଳ ଗ୍ରାମର ଦିଲ୍ଲୀପ କୁମାର ବିଶ୍ବାଳ (୨୦)। ବିରଳ ବନ୍ୟଜନ୍ତୁ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳ ଗ୍ରାମ ଓ ବିଦ୍ୟାଳୟମାନଙ୍କରେ ସଚେତନତା କରିବା ସୃଷ୍ଟି ଉଦ୍ଦେଶ୍ୟରେ ସୌମ୍ୟରଂଜନ ଓ ଦିଲ୍ଲୀପ ‘ଓଲି’ ମାସ୍କଟ୍‌ ପରିଧାନ କରି ଗତ ମାର୍ଚ୍ଚ ମାସ ୭ ତାରିଖରେ କୋଣାର୍କରୁ ବାହାରିଥିଲେ। ଦୁହେଁ ପୁରୀ, ଚିଲିକା-ଗୋପାଳପୁର, ଭୁବନେଶ୍ବର, କଟକ, ଜଗତସିଂହପୁର ଦେଇ ସେହି ମାସ ୧୪ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ଏହି ୭ ଦିନ ମଧ୍ୟରେ ସୌମ୍ୟରଂଜନ ଓ ଦିଲ୍ଲୀପ ୮୦୦ କିମି ରାସ୍ତା‌ ଅତିକ୍ରମ କରିବା ସହ ୭ଟି ଜିଲ୍ଲା ଅତିକ୍ରମ କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ପାଖାପାଖି ୫୦ଟି ସମୁଦ୍ରକୂଳ ଗାଁ ଓ ୩୫ଟି ବିଦ୍ୟାଳୟରେ ସଚେତନ କରିଥିଲେ। ଉଭୟଙ୍କୁ ଏ ନେଇ ଲିମ୍‌କା ବୁକ୍ ଅଫ୍ ୱାଲର୍ଡ ତରଫରୁ ସ୍ବୀକୃତି ମିଳିଛି। ଆସନ୍ତା ଫେବ୍ରୁ୍ଆରି ମାସରେ ସେମାନଙ୍କୁ ମାନପତ୍ର ମିଳିବ ବୋଲି ସୌମ୍ୟରଂଜନ ଓ ଦିଲ୍ଲୀପ କହିଛନ୍ତି।

ସମ୍ବନ୍ଧିତ ଖବର