ଭୁବନେଶ୍ବର: ଆଜି ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ସମୟରେ ମନ୍ଦିରର ଦୁଆର ପାଖରେ ଥିବା କ୍ୟାବିନ ଭଙ୍ଗାଯାଇଛି। ତାପରେ ଉତ୍ତର ପଟରେ ଥିବା ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯାଉଥିବାର ସୂଚନା ମିଳିଛି। ସେଠାରେ ଏହି ଜବରଦଖଲ ଉଚ୍ଛେଦ କାମ ଶାନ୍ତିପୂର୍ଣ୍ଣଭାବେ ଚାଲିଥିବାର ଖବର ମିଳିଛି।
ସୂଚନାଯୋଗ୍ୟ, ଗତ ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯିବ ବୋଲି ବିଡିଏ, ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା।
/sambad/media/post_attachments/wp-content/uploads/2019/12/lingaraj1.jpg)
ଏହି ପ୍ରଚାର ପରେ ଗତକାଲି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଉଠାଦୋକାନୀ ନିଜର କ୍ୟାବିନ୍କୁ ଉଠାଇ ନେଇଥିଲେ। ଏପରିକି ସ୍ଥାୟୀ ଦୋକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଦୋକାନୀ ଅସ୍ଥାୟୀ ନିର୍ମାଣକୁ କାଢ଼ିଥିଲେ । ତେବେ ବ୍ୟବସାୟୀ ସଂଘର ସମ୍ପାଦକ ଅନୁପ ମହାପାତ୍ର ପ୍ରଶାସନକୁ ଚେତାବନୀ ଦେଇଥିଲେ ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଆଁ ଜଳିବ। କିଛି ଉନ୍ନତିମୂଳକ କାମ କରାଇ ଦିଆଯିବ ନାହିଁ ବୋଲି ବି ସେ ଧମକ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/lingaraj-2.jpg)