ମୁଣ୍ଡ ପିଛା ଋଣ ୧୫ ହଜାର ଟଙ୍କାରୁ ଅଧିକ, ୧୦ ବର୍ଷରେ ବଢ଼ିଛି ୬ ହଜାର ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ଏବେ ମୁଣ୍ଡ ପିଛା ଋଣ ହାର ୧୫,୫୬୬ ଟଙ୍କା। ୨୦୦୭-୦୮ ମସିହାରେ ଏହି ପରିମାଣ ଥିଲା ୯,୦୫୫ ଟଙ୍କା। ଭାରତ ସରକାର, ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠି, ଖୋଲାବଜାର, ନାବାର୍ଡ, ଜାତୀୟ ସମବାୟ ଉନ୍ନୟନ ନିଗମ, ଜୀବନ ବୀମା ନିଗମ, ସାଧାରଣ ଜୀବନ ବୀମା ନିଗମ, ଗ୍ରାମ୍ୟ ବିଦ୍ୟୁତକରଣ ନିଗମ ଓ ରାଜ୍ୟ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ରାଜ୍ୟ ସରକାର ଋଣ ଆଣୁଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ଖୋଲାବଜାରରୁ ୨୦୧୪-୧୫ରୁ ୨୦୧୭-୧୮ ପର୍ଯ୍ୟନ୍ତ ୨୩୫୯୨.୯୦ କୋଟି ଟଙ୍କା ଉଠାଯାଇଛି। ବିଭିନ୍ନ ସୂତ୍ରରୁ ଆସିଥିବା ଋଣ ମଧ୍ୟରୁ ନାବାର୍ଡରୁ ଅଣାଯାଇଥିବା ଋଣର ସର୍ବନିମ୍ନ ସୁଧ ହାର ୪.୭୫ ପ୍ରତିଶତ ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ, ଜୀବନ ବୀମା ନିଗମ ଓ ସାଧାରଣ ଜୀବନ ବୀମା ନିଗମରୁ ଅଣାଯାଇଥିବା ଋଣର ସର୍ବାଧିକ ସୁଧ ହାର ୧୩ ପ୍ରତିଶତ ଅଟେ। ଭାରତ ସରକାରଙ୍କ ମାଧ୍ୟମରେ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ଯୋଜନାରେ ଆସୁଥିବା ଋଣର ସୁଧ ହାର ବୈଦେଶିକ ମୁଦ୍ରାରେ ୦.୦୧ରୁ ୨.୭୫ ପ୍ରତିଶତ ଅଟେ।

ସମ୍ବନ୍ଧିତ ଖବର