ପୁଲିସ୍ ସହ ଧସ୍ତାଧସ୍ତି : ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ସମ୍ବଲପୁର : ୩ ଦଫା ଦାବି ନେଇ ବୁର୍ଲାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀନ ଦୟାଲ ମାର୍କେଟ କମ୍ପେକ୍ଲରୁ ଏକ ରାଲି ବାହାରିଥିଲା। ପ୍ରତିବାଦକାରୀ ମେଡିକାଲ କ୍ୟାମ୍ପସ ନିକଟତର ହେବା କ୍ଷଣି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇଥିଲା। ତେବେ କିଛି ସମୟ ପାଇଁ ପୁଲିସ୍ ଓ ପ୍ରତିବାଦକାରୀଙ୍କ ମଧ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏହାପରେ ପ୍ରତିବାଦକାରୀ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ। ଜେଡିଏର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସରକାରଙ୍କ ହସ୍ତକ୍ଷେପ, ଭିମସାର ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦେଶ ଦିଆଯାଉ ଓ ନିର୍ଦେଶକ ଡା.ପୂଜାହାରୀଙ୍କ ତାଙ୍କ ପଦରୁ ହଟାଇବାର ଷଡଯନ୍ତ୍ର କରାନଯାଉ ବୋଲି ସେମାନେ ଦାବି କରିଥିଲେ। ସେପଟେ, ବୁର୍ଲା ସେଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାରଠାରୁ ରିଲେ ଅନଶନ ମଧ୍ୟ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର