ବରପାଲି ବ୍ଲକର ଅଗଲପୁର ବୁଥରେ ମତଦାନ ଅଧିକାର ସାବ୍ୟସ୍ତ କଲେ ଶହେ ବର୍ଷୀୟ ବୃଦ୍ଧା

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ବ୍ଲକର ଅଗଲପୁର ବୁଥରେ ଭୋଟ ଦେଇଛନ୍ତି ଜଣେ ଶହେ ବର୍ଷୀୟ ବୃଦ୍ଧା ଲୋଚନା ନାଏକ । ତେବେ ବଡ କଥା ହେଲା କି ପରିଣତ ବୟସରେ  ବି ଭୋଟ ଦେବାକୁ ତାଙ୍କ ମନରେ ଭରି ରହିଥିଲା ପ୍ରବଳ ଉତ୍ସାବ । ଆଉ ଭୋଟ ଦେଇ ବିଜେପୁରର ସବୁଠାରୁ ଅଧିକ ବୟସର ମତଦାତା ଭାବେ ଭୋଟ ଦେଇ ରେକର୍ଡ କରିଛନ୍ତି ଲୋଚନା । ବୟସ ସିନା ଶହେ ପାର କରିଛି କିନ୍ତୁ ମତଦାନ କରିବା ପାଇଁ ଲୋଚନଙ୍କ ମନ ଭିତରେ ଉତ୍ସାହ ଭରି ରହିଛି । ଖାସ ଏଇଥି ପାଇଁ ତାଙ୍କ ପାଇଁ ପ୍ରଶାସନ ତରପରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏପରିକି ବୟସାଧିକ୍ୟ କାରଣରୁ ମତଦାନ କେନ୍ଦ୍ରରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଉ ଲୋଚନାଙ୍କ ମତଦାନ ଦେବାର ଏଭଳି ଆଗ୍ରହ ଅନ୍ୟ ମତଦାତାଙ୍କ ପାଇଁ ସନ୍ଦେଶ ଦେଇ ଯାଇଛନ୍ତି ।

ସୂଚନା ଯୋଗ୍ୟ, ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ଭିତରେ ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି।

ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨୮୫ଟି ବୁଥରେ ମତଦାନ ଚାଲିଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି । ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭୋଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଇଛି ।

ସମ୍ବନ୍ଧିତ ଖବର