ଲୋକ ଅଦାଲତ: ରାଜ୍ୟରେ ୮ ହଜାର ୯୫୧ଟି ମାମଲା ଫୈସଲା, ଜରିମାନା ଓ କ୍ଷତିପୂରଣ ବାବଦରେ ୪୭ କୋଟି ୭୬ ଲକ୍ଷ ଟଙ୍କା ଆଦାୟ

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୮ ହଜାର ୯୫୧ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୪୭ କୋଟି ୭୬ ଲକ୍ଷ ୬୫ ହଜାର ୪୩୦ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୌଜଦାରୀ, ଦେଵାନୀ, ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ବ ମାମଲା, ଶ୍ରମିକ ସ˚ପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସ˚କ୍ରାନ୍ତ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସ˚ପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ବେଲର ମିସ୍ କେସ୍, ମୋଟର ଭେଇକିଲ ଆକ୍ଟ ସଂପର୍କିତ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫୈସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୫୭ ହଜାର ୧୩୩ଟି ମାମଲା ମଧୢରୁ ୩ ହଜାର ୩୪୪ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୩୯ ହଜାର ୯୭୫ଟି ବିଚାରାଧୀନ ମାମଲା ମଧୢରୁ ୫ ହଜାର ୬୦୭ଟି ମାମଲା ଆପୋସ ବୁଝାମଣାରେ ଫୈସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୨୨ଟି ମାମଲାର ଫୈସଲା କରାଯାଇ ୨ କୋଟି ୯୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନରେ ଉପସଚିବ ଦୀପକ ର˚ଜନ ସାହୁ, ସହକାରୀ ସଚିବ ଜ୍ୟୋତି ରଂଜନ ଦାଶ ଓ ସ˚ସ୍ଥା ଅଧିକାରୀ କମଳାକାନ୍ତ କର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର