ଏଜି ଛକରୁ ଆଚାର୍ଯ୍ୟବିହାର ରାସ୍ତା ହେଲା ଲୋକସେବା ମାର୍ଗ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ସଚିବାଳୟର ନାଁ ବଦଳି ଲୋକସେବା ଭବନ ହେବା ପରେ ସଚିବାଳୟ ମାର୍ଗର ନାମ ମଧ୍ୟ ବଦଳିଛି। ପୂର୍ବରୁ ରାଜଧାନୀର ଏଜି ଛକରୁ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ଥିବାବେଳେ ଏଣିକି ଏହା ଲୋକସେବା ମାର୍ଗ ହେବ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ସଚିବାଳୟକୁ ଲୋକସେବା ଭବନ କରିବା ନେଇ ମଧ୍ୟ ବିଜ୍ଞପ୍ତିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର