ବନ୍ଧୁକ ଦେଖାଇ ୧୧ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଲେ ୫ ଦୁର୍ବୃତ୍ତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୁଆଁରମୁଣ୍ଡା ପଂଚାୟତ ଆଗରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୧୧ ଲକ୍ଷ ୩୫ ହଜାର ଟଙ୍କା କେତେକ ଅସାମାଜିକ ଲୋକ ଲୁଟି ନେଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ଗାଡ଼ିରେ ରାଉରକେଲା ଆସିଆସିଆଇ ବ୍ୟାଙ୍କରୁ ଟଙ୍କା ନେଇ
ଭତ୍ତା ଟଙ୍କା ନେଇ କୋଷାଧ୍ୟକ୍ଷ ଓ ସିକ୍ୟୁରିଟି ଗାର୍ଡ କୁଆଁରମୁଣ୍ଡା ଯାଉଥିଲେ । ସେହି ସମୟରେ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ମୁଖା ପନ୍ଧି ଆସି ସିକ୍ୟୁରିଟି ଗାର୍ଡ ଓ କୋଷାଧ୍ୟକ୍ଷଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ମାଡ଼ ମଧ୍ୟ ମାରିଥିଲେ । ସେମାନଙ୍କ ପାଖରେ ଥିବା ୧୧ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିଲେ ।


ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ କୁଆଁରମୁଣ୍ଡା ପୁଲିସ ତଦନ୍ତ କରୁଥିବା ଜଣାଯାଇଛି । ଏଣେ ଗୁରୁତର ଆହତ ହୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର