ଫେସବୁକ ପ୍ରେମିକଙ୍କୁ ସ୍ୱାମୀ କରାଇଲେ ଗ୍ରାମବାସୀ

ବାଲେଶ୍ୱର: ଫେସବୁକରୁ ପ୍ରେମ, ଆଉ ପ୍ରେମିକାର ଘରକୁ ଆସି ଯୁବକ ହେଲା ହଟହଟା । ଗ୍ରାମବାସୀ ଧରିଲେ, ହଠାତ୍ ବିବାହ କରାଇ ଛାଡିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସୋର ବ୍ଲକର ଗୁଲୁଣିଆ ଗାଁରେ । ଏହି ଘଟଣା ସୋର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଥିଲା ଏହିପରି । ଫେସବୁକରୁ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ବନ୍ଧୁତା ।

ଏହା ପରେ ବନ୍ଧୁତା ଆଗକୁ ବଢି ପ୍ରେମର ରୂପ ନେଇଥିଲା । ଯୁବତୀଙ୍କ ଘରେ ଗତକାଲି ସକାଳେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଭେଟିବାକୁ ଆସିଥିଲେ ଯୁବକ ଜଣକ । କବାଟ ଦେଇ ଘରେ ଥିବା ବେଳେ, ଗାଁ ଲୋକଙ୍କ ହାବୁଡରେ ପଡିଥିଲେ । ଶେଷରେ ପ୍ରେମିକ ଯୁବକକୁ ଧରି ଦିନସାରା ଅଟକ ରଖିଥିଲେ ଲୋକେ । ଆଉ ବ୍ରାହ୍ଣଣ ଡକାଇ ଯୁବତୀଙ୍କ ସହିତ ଯୁବକଙ୍କର ବାହାଘର କରାଇଛନ୍ତି ।

ବ୍ରାହ୍ମଣର ମନ୍ତ୍ର ପାଠ ହୋମ ଭିତରେ ଅଚାନକ ହୋଇଛି ବାହାଘର । ଯାହାକୁ କେବେ ଯୁବକ ଜଣକ କେବେ କଳ୍ପନା ବି କରିନଥିଲେ । ଉଭୟ ସାବାଳକ ଥିବା ଜଣାପଡିଛି । ଆଜି ଉଭୟଙ୍କର କୋର୍ଟ ମ୍ୟାରେଜ୍ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର