ଆଜି ଥିଲା ବାହାଘର : ପ୍ରେମିକ ସହ ବିଷ ପିଇଲେ ମଙ୍ଗୁଳା କନ୍ୟା

ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର, ପ୍ରେମିକର ଅବସ୍ଥା ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଦର ଥାନା କୁମିଆପାଲି ଗାଁରେ ଅଭାବନୀୟ ଘଟଣା। ବିବାହର ଗୋଟିଏ ଦିନ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମଙ୍ଗୁଳା କନ୍ୟା ଓ ପ୍ରେମିକ। ଗାଁ ନିକଟ ଏକ ବୁଦା ମୂଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଲୋଇସିଂହା ବ୍ଲକ କୁମିଆପାଲିର ଏହି ଯୁବତୀଙ୍କର ୧୨ ତାରିଖ, ସୋମବାର ଦିନ ବାହାଘର ମନହୀରା ଗାଁରେ ସ୍ଥିର ହୋଇଥିଲା। ହେଲେ ଅନ୍ତପାଲି ଗାଁର ସୁବାସ ପୁଟାଙ୍କ ସହ ଯୁବତୀଙ୍କର ପୂର୍ବରୁ ପ୍ରେମ ସଂପର୍କ ରହିଥିଲା। ତେବେ ସୁବାସ ଗଣ୍ଡ ସଂପ୍ରଦାୟର ହୋଇଥିବା ବେଳେ ଯୁବତୀ ଥିଲେ ବିଞ୍ଝାଲ ଜାତିର। ତେଣୁ ଜାତିଗତ ସମସ୍ୟା ଯୋଗୁଁ ସୁବାସ ସହ ନିଜ ଝିଅକୁ ବିବାହ କରିବାକୁ ଯୁବତୀଙ୍କ ବାପା ମନା କରି ଦେଇଥିଲେ। ତେଣୁ ବାହାଘର ପୂର୍ବ ଦିନ ଉଭୟେ ବିଷ ପିଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର