ବଙ୍ଗୋପସାଗରରେ ଲଘୁଚାପ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ଗତ ଶନିବାରଦିନ ସୃଷ୍ଟି ହୋଇଥିଲା ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ଅବପାତ ବା  ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବାର ସମ୍ଭାବନା କମ ବୋଲି ଜଣାପଡିଛି । ତେବେ ଏହା ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶା ଆଡକୁ ମୁହାଁଇପାରେ । ଏପରି ହେଲେ ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଅବପାତ ବାତ୍ୟାରେ ପରିବର୍ତ୍ତନ ହେବାର ଆଶଙ୍କା କମ ରହିଛି ବୋଲି ଆଇଏମଡି କହିଛି ।

 

ସମ୍ବନ୍ଧିତ ଖବର