ଖଣ୍ଡପଡ଼ା ବ୍ଲକ୍‌ରେ ବର୍ଷାଭାବ; ଚାଷଜମିରେ ଚରିଲେଣି ଗୋରୁ

କଣ୍ଟିଲୋ : ସଂପ୍ରତି ଖଣ୍ଡପଡ଼ା ଅଞ୍ଚଳରେ ବୃଷ୍ଟିପାତ ସ୍ୱାଭାବିକ ଅନୁପାତଠାରୁ ଯଥେଷ୍ଟ କମ୍‌ ହୋଇଥିବାରୁ ଚାଷ କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କଣ୍ଟିଲୋ, ବାଣପୁର, ସିଧାମୂଳା, ଧାନଚାଙ୍ଗଡା, ପଥରଚକଡା ଆଦି ପଞ୍ଚାୟତର ଚାଷ ଜମି ସବୁରେ ଧାନ ଗଛ ପାଣି ଅଭାବରୁ ମରିଯିବାକୁ ବସିଲାଣି। ଯେଉଁଠି ଶ୍ରାବଣ ମାସରେ ଅନବରତ ବୃଷ୍ଟିପାତ ହେବା କଥା ବୃଷ୍ଟିପାତ ଆଶାନୁରୁପ ହେଉନଥିବାରୁ ଜମି ବେଉଷଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଚାଷ ଜମିଗୁଡ଼ିକରେ ଗୋରୁ ଚରୁଥିବା ଦେଖାଯାଉଛି। ଫଳରେ ଚାଷୀମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ମହାନଦୀ ପାଖରେ ଥାଇ ମଧ୍ୟ ଉପକୂଳବର୍ତ୍ତି ଅଞ୍ଚଳରେ ଥିବା କ୍ଷୁଦ୍ର ବୃହତ୍‌ ସେଚ ପ୍ରକଳ୍ପଗୁଡ଼ିକ ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ଚାଷୀମାନଙ୍କ ଦୁର୍ଦ୍ଦଶା ସଙ୍ଗିନ ରୂପ ଧାରଣ କରିଛି। ଫଳରେ ଶିଳ୍ପବିହୀନ ଖଣ୍ଡପଡ଼ା ଅଞ୍ଚଳର ଉନ୍ନତି ଓ ବିକାଶ କେବଳ ଚାଷ ଉପରେ ନିର୍ଭର କରୁଥିବା ବେଳେ ବୃଷ୍ଟିପାତ ଅଭାବ ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସମ୍ବନ୍ଧିତ ଖବର