୬୮ ହଜାର ଟଙ୍କା ଫେରାଇଲେ ଲଣ୍ଡ୍ରି ଦୋକାନୀ

1 857

ଜଳେଶ୍ୱର : ଜଳେଶ୍ୱରର ଏକ ଲଣ୍ଡ୍ରି ଦୋକାନକୁ ଇସ୍ତ୍ରୀ ପାଇଁ ଆସିଥିବା ଏକ ପ୍ୟାଣ୍ଟରେ ଭୁଲରେ ୬୮ ହଜାର ଟଙ୍କା ରହିଯାଇଥିଲା। ଦୋକାନୀ ଜଣକ ସମ୍ପୃକ୍ତ ଗ୍ରାହକଙ୍କୁ ଏହି ଟଙ୍କା ଫେରାଇ ମହତ ପଣିଆ ଦେଖାଇଛନ୍ତି।

ଜଳେଶ୍ୱର ହାଟଛକ ନିକଟରେ ସ୍ଥାନୀୟ ପଥରପୁରା ଗ୍ରାମର ଦୁଇ ଭାଇ କେ ଶିବୁ ଓ କେ ରାଜିଆଙ୍କ ବାବା ପୁରୁଷୋତ୍ତମ ଲଣ୍ଡ୍ରି ନାମକ ଏକ ଦୋକାନ ରହିଛି। ଗତ ୧୩ ତାରିଖରେ ଜଳେଶ୍ୱର ବ୍ଲକ କଲ୍ୟାଣପୁର ଗ୍ରାମର ଭାଗବତ ଚନ୍ଦ୍ର ଦାସ ତାଙ୍କର କିଛି ପ୍ୟାଣ୍ଟ, ସାର୍ଟ ଇସ୍ତ୍ରୀ ପାଇଁ ଏହି ଦୋକାନରେ ଦେଇଥିଲେ। ତେବେ ଇସ୍ତ୍ରୀ କରୁଥିବା ବେଳେ ଭାଗବତଙ୍କ ପ୍ୟାଣ୍ଟରେ ୬୮ ହଜାର ଟଙ୍କା ଥିବା ଲଣ୍ଡ୍ରି ମାଲିକ କେ. ଶିବୁ ଜାଣିବାକୁ ପାଇଥିଲେ। ଆଜି ସକାଳେ କୌଣସି କାମ ପାଇଁ ଅର୍ଥ ଆବଶ୍ୟକ ଥିବାରୁ ଭାଗବତ ଟଙ୍କା ଖୋଜିବା ପରେ ପାଇ ନ ଥିଲେ। ପରେ ଟଙ୍କାତକ ଇସ୍ତ୍ରୀ କରିବାକୁ ଦେଇଥିବା ପ୍ୟାଣ୍ଟରେ ରଖିଦେଇଥିବା ମନେ ପଡ଼ିବା ପରେ ଦୋକାନକୁ ଆସିଥିଲେ। ତେବେ ଦୋକାନରେ ପହଞ୍ଚିବା ପରେ ତାଙ୍କ ଟଙ୍କା ସୁରକ୍ଷିତ ଥିବା ଜାଣିବା ପରେ ଖୁସି ହୋଇଥିଲେ। ସୂଚନାଯୋଗ୍ୟ ଯେ, ଭାଗବତ ପୂର୍ବରୁ ଧାନବିକ୍ରି ବାବଦକୁ ଏହି ଟଙ୍କା ପାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. ପିତାମ୍ବର ନାଏକ says

    ଆଜି କା ର ଦୁନିଆଁ ରେ ଆପଣଙ୍କ ଭଳି ମହାନ୍ ବ୍ୟକ୍ତି ବହୁତ କମ୍ ମିଳିବେ । ଆଉ ଆପଣଙ୍କ ଭଳି ଲୋକମାନଙ୍କ ପାଇଁ ଏହି କଳି ଯୁଗରେ ମଧ୍ୟ ସତ୍ୟ , ବିଶ୍ବାସ ଭଳି କିଛି ଶବ୍ଦ ରହିଛି ।

    ଆଉ ବାକି ରହିଲା ଟଙ୍କା କଥା ।ଆପଣ ଯେଉଁ ୬୮ ହଜାର ଟଙ୍କା ଫେରସ୍ତ କରି ଯେଉଁ ମହତ ପଣିଆଁ କାମ କରି ଛନ୍ତି , ପଇସା ଫେରସ୍ତ ପାଇଥିବା ବ୍ୟକ୍ତି କେବେ ବି ଆପଣଙ୍କ ଋଣ ଶୁଝି ପାରିବେ ନାହିଁ ।

    ଆପଣଙ୍କୁ ମୋ ତରଫରୁ କୋଟି କୋଟି ନମସ୍କାର ।