ଚିହ୍ନଟ ହେଲା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ

ସାଉଥବଲଣ୍ଡା : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୩୦୦ ମିଟର ଦୂରରେ ଥିବା ପଡ଼ିଆରେ ମା’ ଅଗ୍ନିସ୍ବରୂପା ଆବିର୍ଭାବ ହୋଇଛନ୍ତି। ଗତକାଲି ମଧ୍ୟରାତ୍ରିରେ ଦେହୁରୀ ମା’ ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରିଥିଲେ ଏବଂ କୋଇଲା ସଂଯୋଗ କରି ମା’ ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ। ଅରା ବାଉଁଶ ଜଙ୍ଗଲର ପ୍ରାକୃତିକ ଶୋଭାରାଜିରେ ମା ହିଙ୍ଗୁଳାଙ୍କ ଆବିର୍ଭାବ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା। ମା’ଙ୍କ ଦର୍ଶନ କରିବାକୁ ବହୁ ଭକ୍ତଙ୍କର ଆଗମନ ହୋଇଥିଲା। ସୂଚନାଯୋଗ୍ୟ, ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୭ତମ ଲୋକ ମହୋତ୍ସବ ଚଳିତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର