ମା’ମାଣିକେଶ୍ବରୀଙ୍କ ଛତର ଯାତ୍ରା ସମ୍ପନ୍ନ : ପଶୁବଳି ଯୋଗୁଁ ରକ୍ତରଞ୍ଜିତ ହେଲା ରାଜପଥ

ଭବାନୀପାଟଣା : ଭବାନୀପାଟଣା‌େର ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। ପଶୁବଳି ଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ। ମଙ୍ଗଳବାର ବିଳମ୍ବିତ ରାତିରେ ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ମହାରାଜା ଉଦିତ ପ୍ରତାପ ଦେଓ, ଯୁବରାଜ ଅନନ୍ତ ପ୍ରତାପ ଦେଓ ଓ ପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ। ଛତରଯାତ୍ରାରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ନିଜ ମାନସିକ ପାଇଁ ପାରା ଉଡ଼ାଇବା ସହିତ ପ୍ରାୟ ୪ କିମି ଅଧିକ ରାସ୍ତାରେ ବୋଦା, କୁକୁଡା, ବଳି ଦେଇଥିଲେ। ତେବେ, ବଳି ପ୍ରଥାକୁ ବନ୍ଦ ପାଇଁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗ ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ତ ନୁଆଁଇବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର