ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଆଜି, ୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ

ଭବାନୀପାଟଣା : ରବିବାର ମାଁ ମାଣିକେଶ୍ବରୀଙ୍କ ପବିତ୍ର ଛତର ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ। ସେହିଭଳି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡାଘାଟ ଛକ ଓ ମାଣିକେଶ୍ବରୀ ମନ୍ଦିର ନିକଟରେ ଗୋଟିଏ ଆମ୍ବୁଲାନ୍ସ ସମେତ ୩ଟି ଆମ୍ବୁଲାନ୍ସ ଏଥିପାଇଁ ନିୟୋଜିତ ହେବ। ଛତର ଯାତ୍ରାରେ ୧୯ଟି ସାଂସ୍କୃତିକ ଦଳ ଯୋଗଦେବେ। ଭୋର ୫ଟାରେ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଛତର ଯାତ୍ରା ଜେନାଖାଲ ଠାରୁ ବାହାରି ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିବେ। ଶ୍ରଦ୍ଧାଳୁମାନେ ରାସ୍ତାରେ ଦର୍ଶନ ପାଇଁ ଭିଡ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ସିସିଟିଭିକୁ ବ୍ୟବହାର କରି କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପା‌ରିବେ।

ସମ୍ବନ୍ଧିତ ଖବର