ବିଗୁଡୁଛି ଜିଲ୍ଲା ଆଇନ୍‌ ଶୃଙ୍ଖଳା ପୁଲିସକୁ ପିଟିଲେ

ଯାଜପୁର : ଯାଜପୁର ଜିଲ୍ଲାରେ ଦିନକୁ ଦିନ ଆଇନ୍‌ଶୃଙ୍ଖଳା ବିଗିଡ଼ିିବାରେ ଲାଗିଛି। ଆଇନ୍‌ଶୃଙ୍ଖଳା ରକ୍ଷା ଦାୟିତ୍ଵରେ ଥିବା ପୁଲିସ୍‌ କର୍ମଚାରୀଙ୍କ ଉପରକୁ ମଧ୍ୟ ଅସାମାଜିକ ଯୁବକ ଓ ମାଫିଆମାନେ ହାତ ଉଠାଇବାକୁ ଭୟ କରୁ ନାହାନ୍ତି। ଯାହାର ନମୁନା ବାରମ୍ବାର ଦେଖିବାକୁ ମିଳୁଛି। ଗତ ୧୪ ତାରିଖ ଶିବରାତ୍ରୀରେ କୋତପୁର ପଞ୍ଚାୟତର ବଜ୍ରଗିରି ପାହାଡ଼ ପାଦଦେଶରେ ଥିବା ବୁଦ୍ଧଲିଙ୍ଗେଶ୍ୱର ମନ୍ଦିର ନିକଟରେ କେତେକ ଅସାମାଜିକ ଯୁବକ ଝିଅବୋହୂଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। କୋତପୁର ଫାଣ୍ଡି ଅଧିକାରୀ ଓ ଜଣେ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଏହାର ପ୍ରତିବାଦ କରିବାରୁ ଅସାମାଜିକ ଯୁବକମାନେ ପୁଲିସକୁ ପିଟିଥିଲେ। ଏହି ଘଟଣାରେ ଧର୍ମଶାଳା ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ଜଣେ ରାଜନେତା ତଥା କୋତପୁର ପଞ୍ଚାୟତର ଲୋକପ୍ରତିନିଧିଙ୍କ ଘରୁ ୨ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଆଜି ସେମାନଙ୍କୁ ପୁଲିସ ଛାଡ଼ି ଦେଇଛି। ପୁଲିସ୍‌ କର୍ମଚାରୀ ମାଡ଼ ଖାଇଥିଲେ ହେଁ ୩ ଦିନ ହେଲାଣି ଶାସକ ଦଳର ନେତାଙ୍କ ଚାପରେ ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଧରିବାକୁ ସାହସ କରିପାରିନାହିଁ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର