ରେଞ୍ଜରଙ୍କ ଗାଡ଼ିକୁ ଧକ୍କା ଦେଇ ମାଫିଆ ଛୁ’

ଯାଜପୁର/ପାଣିକୋଇଲି : ଆନ୍ତଃରାଜ୍ୟ କାଠ ମାଫିଆଙ୍କ କରିଡ଼ର କେନ୍ଦୁଝର-ଭଦ୍ରକର ପାଣିକୋଇଲି ଛକରେ ଆଜି ଜଙ୍ଗଲ ବିଭାଗ ଅଧିକାରୀଙ୍କ ଚକମା ଦେଖାଇ ମାଫିଆମାନେ ଖସିଯାଇଛନ୍ତି।

ଯାଜପୁରରୋଡ଼ ରେଞ୍ଜ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଟିମ୍‌ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅପରାହ୍‌ଣ ପ୍ରାୟ ୨ଟା ୧୦ ବେଳକୁ ଚୋରା କାଠ ବୋଝେଇ ବୋଲେରୋ ଓଆର୦୫ଏବି ୮୩୩୯କୁ ଅନୁସରଣ କରିଥିଲା। ପାଣିକୋଇଲି ଛକରେ ଚୋରା ଗାଡ଼ ଗାଡ଼ି ଜଙ୍ଗଲ ବିଭାଗ ଅଧିକାରୀଙ୍କ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତା ରେଞ୍ଜର ଶ୍ରୀ ପଟ୍ଟନାୟକ ତାଙ୍କ ବୋଲେରୋ (ଓଆର୍‌୦୫ ଏଟି୨୩୬୪) ସହିତ ଟ୍ରକ୍‌ କୁ ଆଡ଼ ପକାଇ ରଖି ଦେଇଥିଲେ। ମାଫିଆଙ୍କ ଗାଡ଼ି ଜଙ୍ଗଲ ବିଭାଗ ଗାଡ଼ିକୁ ଧକା ଦେଇ ଖସିଯିବା ବସିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ସୁଯୋଗ ଉଣ୍ଡି ମାଫିଆମାନେ ଖସିଯାଇଥିଲେ। ୫୫ସିଏଫ୍‌ଟି ଚୋରା ଶାଳ ସିଲପଟ୍‌ କାଠ ଜବତ କରିଥିଲେ। ଏହି ଗାଡ଼ି ପଛରେ ଆସୁଥିବା ଅନ୍ୟ ଏକ କାଠ ବୋଝେଇ ବୋଲେରୋ ଓ ଏସ୍କଟ୍‌ ଗାଡ଼ିକୁ ମାଫିଆମାନେ କୌଶଳକ୍ରମେ ଖସାଇ ନେଇଥିଲେ। ଆଜିର ଚଢଉରେ ଯାଜପୁରରୋଡ଼ ରେଞ୍ଜର ଶ୍ରୀ ପଟ୍ଟନାୟକଙ୍କ ସହିତ ଫରେଷ୍ଟର୍‌ ଜ୍ୟୋତିରଞ୍ଜନ ମହାପାତ୍ର, ବିଜୟ କୁମାର ଗୁରୁ, ବେଣୁଧର ବେହେରା, ସ୍ୱରୂପ ନାୟକ, ନିର୍ମଳ ମଲ୍ଲିକ, ତି୍ରଲୋଚନ ଦାଶ, ଧନେଶ୍ୱର ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର