ମହାନଦୀ ଓ ପୋଲାଭରମ୍‌ ଲାଗି ଷ୍ଟିଅରିଂ କମିଟି ଗଠନା କଲା ବିଜେଡି

ସାଂସଦ ସୌମ୍ୟରଞ୍ଜନ ସଦସ୍ୟ ମନୋନୀତ

ଭୁବନେଶ୍ୱର: ସୋମବାର ବିଜୁ ଜନତା ଦଳ ପକ୍ଷରୁ ମହାନଦୀ ଜଳ ଆବଣ୍ଟନ  ଓ ପୋଲଭରମ୍‌ ସମସ୍ୟା ପାଇଁ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟ ଭାବେ ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ମନୋନୀତ କରିଛନ୍ତି ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ।

ସେହିପରି ପୁରୀ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଡ. ନୃସିଂହ ଚରଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମନୋନୀତ କରାଯାଇଛି। ସୋମବାର ଦଳ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ ବିଜେଡି ସଭାପତିଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର