ଭୁବନେଶ୍ୱର : ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରି ଜଳକୁ ଅଟକାଇବା ଫଳରେ ଏବେ ଓଡ଼ିଶା ଦେଇ ପ୍ରବାହିତ ମହାନଦୀରେ ଜଳାଭାବ ଦେଖାଦେଇଛି। ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ଏବେ ବଡ ଯୋଜନା ପ୍ରସ୍ତୁତ କରିଛନ୍ତି। ମହାନଦୀ ତଳ ମୁଣ୍ଡରେ ବ୍ୟାରେଜ୍ ଓ ଆନିକଟ ନିର୍ମାଣ ପାଇଁ ସରକାର ୭ଟି ସ୍ଥାନ ଚିହ୍ନଟ କରିଛନ୍ତି । ସେଥିପାଇଁ ଏବେ ସର୍ଭେ ଓ ଅନୁସନ୍ଧାନ କାମ ଜାରି ରହିଛି । ମହାନଦୀର ଜଳକୁ ଉଭୟ ଚାଷ ଓ ପିଇବା ପାଣି ଭାବେ ବ୍ୟବହାର କରିବା ପାଇଁ ଏବେ ବି ଅନେକ ଅଂଚଳରେ ପ୍ରକଳ୍ପ କାମ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଳସଂପଦ ବିଭାଗର ସଫଳତା ସଂପର୍କରେ ଆଜି ମନ୍ତ୍ରୀ ନିରଂଜନ ପୂଜାରୀ ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ଏକଥା କହିଛନ୍ତି ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା। ଏବେ ଲୋୟର ସୁକତେଲ, ବୃତଙ୍ଗ, ଇବ୍ ଓ ଅଙ୍ଗ ନଦୀ ଉପରେ ବଡ଼ ବଡ଼ ୪ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିସହ ଲୋୟର ଇନ୍ଦ୍ର, ରେତ, ରୁପୁରା, ସାଲକି ଭଳି ଏକାଧିକ ପ୍ରକଳ୍ପ କାମ ଜାରି ରହିଛି।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୬୧ ଲକ୍ଷ ହେକ୍ଟର ଚାଷ ଜମି ରହିଛି । ୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିଲା ବେଳେ ରାଜ୍ୟର ୨୪ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ଥିଲା। ଏବେ ତାହା ପ୍ରାୟ ୪୦ ଲକ୍ଷ ହେକ୍ଟରରେ ପହଂଚିଛି।