ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଲା ମହାନଦୀ ସୁରକ୍ଷା ଯାତ୍ରା

ସମ୍ବଲପୁର : ମହାନଦୀ ସୁରକ୍ଷା ମହାସଂଗ୍ରାମ ପରିପେକ୍ଷ୍ରୀରେ ବିଜେଡି ପକ୍ଷରୁ ବାହାରିଥିବା ମହାନଦୀ ସୁରକ୍ଷା ଅଭିଯାନ ରଥ ଆଜି ସମ୍ବଲପୁରରୁ ବାହାରି ଧମା, ସିଣ୍ଢୋଲ, ମେଟାକାନୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରୁ ଏହି ଶୋଭାଯାତ୍ରା ଦୁଇ ଭାଗ ହୋଇଥିଲା। ଗୋଟିଏ ଦଳ ବିନିକା, ସୋନପୁର, ବାଉଶୁଣୀ, ମନମୁଣ୍ଡା, ଦେଇ ବୌଦ୍ଧରେ ପହଞ୍ଚିଥିବାବେଳେ ଅନ୍ୟ ଦଳ ବୀରମହାରାଜପୁର, କଦଳୀଗଡ଼, କିଆକଟା ଦେଇ ଆଠମଲ୍ଲିକରେ ପହଞ୍ଚିଛନ୍ତି। ବୌଦ୍ଧରେ ପହଞ୍ଚିଥିବା ଦଳର ନେତୃତ୍ୱ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନେଉଥିବା ବେଳେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଆଠମଲ୍ଲିକ ପହଞ୍ଚିଥିବା ଦଳର ନେତୃତ୍ୱ ନେଉଛନ୍ତି। ମହାନଦୀର ଉଭୟ ପାର୍ଶ୍ୱରେ କୂଳେ କୂଳେ ଏହି ଶୋଭାଯାତ୍ରା ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ସଭା ମାଧ୍ୟମରେ ଲୋକଙ୍କୁ ମହାନଦୀ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି।

ମହାନଦୀର ଗୋଟଏ ପଟରେ ଏହି ଶୋଭଯାତ୍ରା କିଆକଟା ବାଟ ଦେଇ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ପହଞ୍ଚିଥିବାବେଳେ ମହାନଦୀ ଅପରପାର୍ଶ୍ୱରେ ଶୋଭାଯାତ୍ରା ସୋନପୁର ଓ ବୌଦ୍ଧ ଜିଲ୍ଲା ଦେଇ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ପହଞ୍ଚିଛି।

ଆଜି ସକାଳେ ସମ୍ବଲପୁର ଜେଲ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀଙ୍କ ନେତୃତ୍ୱରେ ବାଇକ୍‌ ଶୋଭାଯାତ୍ରା ଧମାରେ ପହଞ୍ଚିଥିଲା। ସେଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟକ ଦେବୀ ମିଶ୍ର ଉଦବୋଧନ ଦେଇ ମହାନଦୀ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ବିଜେଡିର ନୁହେଁ କିମ୍ବା ଏହା କୌଣସି ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ନୁହେଁ, ବରଂ ମାଟି ମା’ର ଡାକରାରେ ଏହି ଆନ୍ଦୋଳନ ବୋଲି କହିଥିଲେ। ଶୋଭାଯାତ୍ରାରେ ମହାନଦୀ ସୁରକ୍ଷା ଅଭିଯାନରେ ଆବାହକ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଂଜନ ପୂଜାରୀ, ସାଂସଦ ନଗେନ୍ଦ୍ର ପ୍ରଧାନ, ଜି.ଭାସ୍କର ରାଓ, ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସେହିଭଳି ବୌଦ୍ଧରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ, ବିଧାୟକ ଅରୁଣ ସାହୁ, ଏନ୍‌ଏସି ଅଧ୍ୟକ୍ଷା ଦୀପ୍ତିପ୍ରଭା ସ୍ୱାଇଁ, ଜୋନାଲ ସଭାପତି ଅଶୋକ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ କୃତିବାସ ପାତ୍ର, ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ବୟନିକା ସଭାପତି ଶେଷଦେବ ମେହେର, ବୌଦ୍ଧ ବ୍ଳକ ଅଧ୍ୟକ୍ଷା ରେବତୀ ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର