ସାଲେପୁରରେ ମହାନଦୀ ସୁରକ୍ଷା ଅଭିଯାନ ଶୋଭାଯାତ୍ରା

ସାଲେପୁର: ମହାନଦୀର ଜଳ ଓଡ଼ିଶା ଲୋକଙ୍କର ଜୀବନ ଜୀବିକା ସହ ଜଡ଼ିତ। ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ମହାନଦୀ ଜଳକୁ ବନ୍ଦ କରିଛନ୍ତି। ଯେଉଁ ଷଡ଼ଯନ୍ତ୍ରକାରୀ ମହାନଦୀ ଜଳକୁ ଛାଡୁ ନାହାନ୍ତି ସେମାନଙ୍କୁ ଦୃଢ଼ ଜବାବ୍‌ ଦିଆଯିବ ବୋଲି ଆଜି ସାଲେପୁର ହାଇସ୍କୁଲ୍‌ ପଡ଼ିଆଠାରେ ଆୟୋଜିତ ମହାନଦୀ ସୁରକ୍ଷା ଅଭିଯାନ ମହାସଂଗ୍ରାମ ସମାବେଶରେ ଯୋଗ ଦେଇଥିବା ଅଭିଯାତ୍ରୀ ଦଳର ନେତୃବୃନ୍ଦ ଘୋଷଣା କରିଛନ୍ତି। ସାଲେପୁର ବିଜୁ ଜନତା ଦଳର ନେତା ତଥା ପ୍ରାକ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହାନଦୀ ଜଳକୁ ଛତିଶଗଡ଼ଠାରେ ଯେଉଁମାନେ ଷଡ଼ଯନ୍ତ୍ର କରି ବନ୍ଦ କରିଛନ୍ତି ସେମାନଙ୍କୁ ଜବାବ୍‌ ଦିଆଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଉଷା ଦେବୀ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ମହାନଦୀ ସୁରକ୍ଷା ଅଭିଯାନର ରାଜ୍ୟ ଆବାହକ ତଥା ବିଧାୟକ ଦେବୀ ମିଶ୍ର, ବିଧାୟକ ଦେବାଶିଷ ନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳର ନେତା ଶ୍ରୀ ବେହେରାଙ୍କ ସମେତ ହଜାର ହଜାର ବିଜେଡ଼ି କର୍ମୀ ମହାନଦୀ ସୁରକ୍ଷା ଅଭିଯାନ ଶୋଭାଯାତ୍ରାକୁ ସାଲେପୁର କୁଅାଁପାଳ ରାସ୍ତାର ମିର୍ଜାପୁର ଅଲେଖ ଛକଠାରୁ ସ୍ୱାଗତ କରି ଅଭିଯାତ୍ରୀ ଦଳକୁ ଏକ ବିରାଟ ପଟୁଆରରେ ସମାବେଶ ସ୍ଥଳକୁ ପାଛୋଟି ଆଣିଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ୍‌ ବ୍ଲକ୍‌ ଉପାଧ୍ୟକ୍ଷ ଦିଲ୍ଲୀପ୍‌ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ବ୍ଲକ୍‌ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ବ୍ଲକ୍‌ ବିଜେଡ଼ି ସଭାପତି ଅନନ୍ତ ଚରଣ ପ୍ରଧାନ, ବିଜେଡ଼ି କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ବ୍ଲକ୍‌ ଯୁବ ବିଜେଡ଼ି ସଭାପତି ସଞ୍ଜିତ୍‌ ଦାଶ, ଯୁବନେତା ପୁଷ୍ପଜିତ୍‌ ପ୍ରଧାନ, ବିଜେଡି ସମ୍ପାଦକ ବିଶ୍ୱଜିତ୍‌ ଚାଟାର୍ଜୀ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ଭୂୟାଁ, ଚିତ୍ତରଂଜନ ମହାନ୍ତି, ସୁବାଶିଷ ପ୍ରଧାନ, ବିଜେଡ଼ି ନେତା ଧୃବଚରଣ ମହାନ୍ତି, ଦ୍ୱୀପାଞ୍ଚଳ ବିଜେଡ଼ି ନେତା ତଥା ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ ନିର୍ଦ୍ଦେଶକ ଚିତ୍ତରଂଜନ ପୁହାଣ, ପିକୋଳ ସରପଞ୍ଚ ରଣଜିତ୍‌ ଦାସ, ସମିତି ସଭ୍ୟ ସନ୍ତୋଷ ମହାପାତ୍ର, ଜୟପ୍ରକାଶ ନାୟକ, ବିଜୟ କୁମାର ଖୁଣ୍ଟିଆ, ଯୁବନେତା ରାଜୀବ ଷଢ଼ଙ୍ଗୀ, ଯୁବନେତା ମନୋଜ ବେହେରା, ନବକିଶୋର କର, ଯୁବନେତା ରାଜେଶ ମହାନ୍ତି, ମନୋରଂଜନ ଭୂୟାଁ, ଜୟଦେବ ଶତପଥୀ, ଅଶ୍ୱିନୀ କୁମାର ଦାସ, ଯୁବନେତା ଦୁର୍ଗାପ୍ରସାଦ ପଣ୍ଡା, କେଦାରସନ୍‌ ସାହୁ, ବିରଞ୍ଚି କରଙ୍କ ସମେତ ବହୁ ଯୁବ ଛାତ୍ର କର୍ମୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର