ଏମ୍‌ସ ଗଲେ ମହିମା ମିଶ୍ର

ଜଗତସି˚ହପୁର: ସିେୱଜ୍‌ ମ୍ୟାନେଜର ମହେନ୍ଦ୍ର ସ୍ବାଇଁଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ କୁଜଙ୍ଗ ସମାଗୋଳ ଜେଲ୍‌ରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କର ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଫଳରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ମହିମାଙ୍କ ରକ୍ତ ଚାପ ଠିକ୍‌ ରହୁନଥିବା ବେଳେ ସେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କିଛି ଦିନ ତଳେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଫେରିବା ପରେ ପୁଣି ଥରେ ଆଜି ସେ ଜେଲ୍‌ ମଧୢରେ ଅସୁସ୍ଥ ହୋଇପଡ଼ିଥିଲେ। ଏଣୁ ଚିକିତ୍ସା ପାଇଁ ଏମ୍‌ସକୁ ନେବାକୁ ଏସ୍‌ସିବି ଡାକ୍ତର ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର