ପାରାଦ୍ୱୀପ: ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ କୁଜଙ୍ଗ ଜେଏମଏଫସି କୋର୍ଟରେ ମହିମା ମିଶ୍ର ଆତ୍ମସମର୍ପଣ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାମରେ ଜଗତସିଂହପୁର ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା । ସେମାନଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ଏମଡି ମହିମା ମିଶ୍ର ଓ ତାଙ୍କ କମ୍ପାନିର ନିର୍ଦ୍ଦେଶକ ବସନ୍ତ ବଳ ରହିିଛନ୍ତି। ୨୦୧୬ ଅକ୍ଟୋବର ମାସ ୨୬ ତାରଖରେ ପାରାଦୀପ ମଧୁବନସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ପୁଲିସ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲେ । ଅସୁସ୍ଥ ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।