ଜାମିନ ପାଇଁ ହାଇକୋର୍ଟ ଗଲେ ଜୟ

ବରଗଡ଼/ସମ୍ବଲପୁର : ବନାବିରା ଆକ୍ରମଣ ଘଟଣାରେ ଗିରଫ ହୋଇ ସୋହେଲା ଜେଲ୍‌ରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଗତ ସପ୍ତାହ ମଂଗଳବାର ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଜାମିନ ଆବେଦନକୁ ପୁନର୍ବାର ଖାରଜ କରି ଦେଇଥିଲେ। ଆଜି ହାଇକୋର୍ଟରେ ଜୟଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ ହୋଇଛି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ଦେବାକୁ ଓକିଲ ହାଇକୋର୍ଟରେ ଆବେଦନ କରିବା ସହ ମେଡିକାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମାସ ୧୫ ତାରିଖ ଜୟନାରାୟଣ ମିଶ୍ର ବନାବିରା ଆକ୍ରମଣ ମାମଲାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର