ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ : ଜାପାନରୁ ଆସିବେ ଶହେ ପୁଞ୍ଜିନିବେଶକାରୀ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଜାପାନର ବହୁ କମ୍ପାନି ସକରାତ୍ମକ ମନୋଭାବ ଦେଖାଇଛନ୍ତି। ଏହି ଦେଶରୁ ୧୦୦ରୁ ଅଧିକ ପୁଞ୍ଜିନିବେଶକାରୀ କନ୍‌କ୍ଲେଭ୍‌ରେ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାପାନରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ସିଧାସଳଖ ଆଲୋଚନା କରି ଓଡ଼ିଶାରେ ଶିଳ୍ପ ପାଇଁ ଥିବା ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରାଇଛନ୍ତି। ଏହା ସହ ଜାପାନରେ ଥିବା ଭାରତୀୟ ଦୂତାବାସରେ ଶିଳ୍ପ ବିଭାଗ ପକ୍ଷରୁ ଏକ ରୋଡ୍‌ ସୋ’ କରାଯାଇ ଓଡ଼ିଶା ସମ୍ପର୍କରେ ପୁଞ୍ଜିନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍‌ ପୂର୍ବରୁ ଚୀନ୍‌ ଓ ଦକ୍ଷିଣ କୋରିଆ ଗସ୍ତ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର