ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ: ଓଡ଼ିଶାରେ ବିର୍ଲା ୧୪ହଜାର ୪ଶହ କୋଟି, ରିଲାଏନ୍ସ ୩ ହଜାର କୋଟି ପୁଞ୍ଜି ବିନିଯୋଗ କରିବେ

ଭୁବନେଶ୍ୱର : ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନେ୍‌କ୍ଲଭ୍‌ର ଦ୍ଵିତୀୟ ସଂସ୍କର ର ବିଜନେସ ଲିଡରସିପ ମିଟରେ ଯାଗ ଦେଇ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନି ଓଡ଼ିଶାରେ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ପୂର୍ବରୁ ତାଙ୍କ କମ୍ପାନି ରାଜ୍ୟରେ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି ବୋଲି କହିବା ସହିତ ମୁକେଶ ଅମ୍ବାନୀ ରାଜ୍ୟରେ ରାଲାଏନ୍ସ ଜିଓ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି। ତାଙ୍କ ବାପା ଧୀରୁଭାଇ ଅମ୍ବାନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଥିବା ବ୍ୟକ୍ତଗତ ସମ୍ପର୍କର ଅବତାରଣା କରି ସେ ଭାରତରେ କିଛି ଅସମ୍ଭବ ନହେଁ ବୋଲିି ଶ୍ରୀ ଅମ୍ବାନୀ କହିଛନ୍ତି।


ସେହିପରି ଅନ୍ୟତମ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଏହି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯୋଗ ଦେଇ ବିର୍ଲା କମ୍ପାନି ଆଗାମୀ ଦିନରେ ଓଡ଼ିଶାରେ ୧୪ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲିି ଘୋଷଣା କରିଛନ୍ତି। ସେହିପରି ଜିନ୍ଦଲ କମ୍ପାନୀ ମୁଖ୍ୟ ନବୀନ ଜିନ୍ଦଲ ଓ ଜେଏସଡବ୍ଲ୍ୟୁ କମ୍ପାନିର ମୁଖ୍ୟ ସଜ୍ଜନ ଜିନ୍ଦଲ ମଧ୍ୟ ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ଉପଯୁକ୍ତ ବାତାବରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱ ଦ୍ୱାରା ସମ୍ଭବ ହୋଇଛି ବୋଲି କହିଛନ୍ତି। ଜିନ୍ଦଲ ବର୍ତ୍ତମାନ ରାଜ୍ୟରେ ୪୫,୦୦୦ କୋଟି ବିନିଯୋଗ କରିସାରିଛି ବୋଲି ଜଣାଇଛନ୍ତି। ଏହା ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ହେବ ବୋଲି ନବୀନ ଜିନ୍ଦଲ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ ଓ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ପ୍ରମୁଖ ସମ୍ମିଳନୀରେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର