ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ବୟନ ଓ ପୋଷାକ ଶିଳ୍ପ ଉପରେ ସ୍ବତନ୍ତ୍ର ଅଧିବେଶନ

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୩ ତାରିଖ ପୂର୍ବାହ୍ନରେ ‘ମୂଲ୍ୟ ଯୁକ୍ତ ବୟନ ପାଇଁ ଓଡ଼ିଶା ଏକ ହବ୍’ ଶୀର୍ଷକ କ୍ଷେତ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନକୁ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉଦଘାଟନ କରିବେ ଏବଂ ସଚିବ ଶୁଭା ଶର୍ମା ଅଧିବେଶନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବେ। ଏହି ଅଧିବେଶନରେ ଉନ୍ନୟନ କମିିସନରଙ୍କ ସହିତ ଏଇପିସିର ଅଧ୍ୟକ୍ଷ ଏକ୍, କେ ଏଲ୍ ମାଗୁ, ଟ୍ରାଇଡେଣ୍ଟ ଗ୍ରୁପର ଅଧ୍ୟକ୍ଷ ରାଜିନ୍ଦର ଗୁପ୍ତା, ସିଟି ର ଅଧ୍ୟକ୍ଷ ସଞ୍ଜୟ ଜୈନ, ଲିଃ ଆଣ୍ଡ ଫଗଂର କଣ୍ଟ୍ରି ହେଡ୍ ସୁନୀଲ ସେୱକରମଣି, ଫିକି ଟେକ୍ସଟାଇଲ କମିଟିର ଅଧ୍ୟକ୍ଷ ଶିଶିର ଜୟପୁରିଆ ପ୍ରମୁଖ ଯୋଗଦେଇ ଓଡ଼ିଶାର ବସ୍ତ୍ର ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଆଲୋକପାତ କରିବେ। ଏଥିରେ ଉଦ୍ୟୋଗୀ, କର୍ପୋରେଟ ସଂସ୍ଥା, ଷ୍ଟାର୍ଟଅପ କମ୍ପାନି ଓ ଛାତ୍ରଛାତ୍ରୀଙ୍କ ସମେତ ଏପର୍ଯ୍ୟନ୍ତ ପ୍ରାୟ ୨୫୦ ଜଣ ପ୍ରତିନିଧି ପଞ୍ଜୀକରଣ କରିସାରିଛନ୍ତି ଅଧିବେଶନର ଆୟୋଜକ ସ୍ପିନଫେଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର