ବ‌ିଜେଡିରେ ଗୋଷ୍ଠୀ ବିବାଦ : ପ୍ରଣବଙ୍କ ଅଚାନକ ମାଲକାନଗିରି ଗସ୍ତ, ଏକାଠି ହେଲେ ମାନସ-ମୁକୁନ୍ଦ ସମର୍ଥକ

ମାଲକାନଗିରି : ମାଲକାନଗିରି ବିଧାନସଭାରେ ଗୋଷ୍ଠୀବିବାଦ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଧାୟକ ମାନସ ମାଡକାମୀଙ୍କ ଟିକେଟ କଟିବା ପରେ ଦଳରେ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଯାଇଛି। ମାନସଙ୍କ ସମର୍ଥକ ଖୋଲାଖୋଲି ଭାବେ ଦଳୀୟ ପ୍ରାର୍ଥୀ ମୁକୁନ୍ଦ ସୋଡ଼ିଙ୍କୁ ବିରୋଧ କରୁଛନ୍ତି। ଏହି ବିବାଦକୁ ଦୂର କରିବା ପାଇଁ ଶନିବାର ବିଧାୟକ ପ୍ରଣବ ପ୍ରକାଶ ଦାସ ମାନସ ମାଡକାମୀଙ୍କ ଘରେ ପହଞ୍ଚି ଉଭୟ ଗୋଷ୍ଠୀକୁ ଏକାଠି କରିବା ପାଇଁ ଉଦ୍ୟମ କରିଛନ୍ତି। ଅନ୍ୟ ଗୋଷ୍ଠୀର କର୍ମୀ ତଥା ନେତାଙ୍କୁ େସଠାେର ପହଞ୍ଚିବାକୁ କହିଥିଲେ। ଆରମ୍ଭ ହୋଇଥିଲା ମାନଭଂଜନ ପର୍ବ। ସମସ୍ତ ବାଦ ବିବାଦକୁ ଭୁଲି ଦଳ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମାଲକାନଗିରି ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ମାନସ ପୁଣି ଟିକେଟ ପାଇବେ ବୋଲି ନିଶ୍ଚିତ ଥିଲେ। ତେବେ ଦଳ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ିଙ୍କ ଉପରେ ଭରସା କରି ଟିକେଟ ଦେଇଥିଲା। ଯାହାକୁ ନେଇ ମାନସ ଓ ମୁକୁନ୍ଦଙ୍କ ସମର୍ଥକ ବାରମ୍ବାର ମୁହାଁମୁହିଁ ହୋଇଥିଲେ। ତେବେ, ସୁପ୍ରିମୋଙ୍କ ନିର୍ଦେଶ ପାଇବା ପରେ ମାନସ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ ପ୍ରଚାର କରିଥିଲେ ମଧ୍ୟ ମାନସଙ୍କ ସମର୍ଥକ ଦଳ ଠାରୁ ଏକ ପ୍ରକାର ଦୂରେଇବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର