ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା ଜନ୍ତାପାଲ ଗ୍ରାମ ନିକଟରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିବାର ଖବର ମିଳିଛି । ଉକ୍ତ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ ଧୂଳିପୁଟ ପଞ୍ଚାୟତର ରାଙ୍ଗିଣୀଗୁଡା ଗ୍ରାମର ରାଜୁ ହନ୍ତାଳ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ । ସେ ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ । ଶୁଣିବାକୁ ମିଳୁଛି ଯେ ରାଜୁ ହନ୍ତାଳ ଜଣେ ନକସଲ ବୋଲି ସନ୍ଦେହ କରି ବିଏସଏଫ୍ ଯବାନମାନେ ତାଙ୍କୁ ଉଠାଇ ନେଇଥିଲେ।
ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରାଜୁଙ୍କର ପତା ମିଳନଥିଲା । ତେବେ ଆଜି ଜନ୍ତାପାଲ ଅଙ୍ଗନବାଡି କେନ୍ଦ୍ରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏସଂପର୍କରେ ଖବରପାଇ ବିଚ୍ଛିନ୍ନାଞ୍ଚଳ ପେପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବାସହ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/naxal-ndtv-1.png)