ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ଉଦିତନଗର ପାନପୋଷ ଉପଜିଲ୍ଲାପାଳ ଅଫିସ ପରିସରରେ ବେକରେ ରଶି ଲଗାଇ ଶଶାଙ୍କ ଶେଖର ଶତପଥୀ (୫୫) ନାମକ ବ୍ୟକ୍ତି ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆଇଟିଡିଏ ଅଫିସ ସମ୍ମୁଖ ସାଇମନ୍ଦିର ନିକଟ ଗଛରେ ଶଶାଙ୍କ ବେକରେ ରଶି ଲଗାଇ ଝୁଲୁଥିବା ଦେଖିବା ମାତ୍ରେ ମହମ୍ମଦ ଅସୀମ ଅନସାରୀ ନାମକ ବ୍ୟକ୍ତି ଦୌଡି ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପୁଲିସ ତାଙ୍କର ହାତ ଲେଖା ତିନିଟି ଚିଠି ଜବତ କରିଛି। ଆଜି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ୍‌ ମହାପାତ୍ର ଆଇଜିଏଚ୍‌ ଯାଇ ଶଶାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ। ଏହି ଘଟଣା ପୂର୍ବରୁ ସେ ପୁରୀ ସିଂହଦ୍ୱାର ଓ ବାସନ୍ତୀକଲୋନୀସ୍ଥିତ ନିଜ ଘରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର