ଗଜପତି: ବୁଧବାର ରାତିରେ ଗୁରାଣ୍ଡି ଥାନା ଅନ୍ତର୍ଗତ କଇଠଡ଼ା ଗ୍ରାମରେ କାନ୍ଥପଡ଼ି ଯିବାରୁ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତବ୍ୟକ୍ତି ହେଉଛନ୍ତି ୩୨ ବର୍ଷିୟ ଏମ୍. ରାଜୁ। ସେ ଗୋଟାଏ ମାଟି ଘରେ ଶୋଇଥିଲେ। ବର୍ଷା ଯୋଗୁଁ ସେ ଘରର କାନ୍ଥ ବତୁରି ଯାଇଥିଲା ଏବଂ ରାତି ପ୍ରାୟ ୨ଟା ବେଳେ ଭାଙ୍ଗିଯାଇ ଶୋଇଥିବା ରାଜୁଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା।
ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବ ପାରଳଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Dead.jpg)